Daniel 5:21 — Compare Translations

5 translations compared side by side

Odia - 1840
"ତାଙ୍କର ମନ ପଶୁତୁଲ୍ଯ ହେଲା ଓ ସେ ବନ୍ଯ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକର ରେ ଭିଜିଲା। ତା'ପ ରେ ସେ ହୃଦ୍ ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ବର ମନୁଷ୍ଯମାନଙ୍କ ଉପ ରେ କତ୍ତୃର୍ତ୍ବ କରନ୍ତି। ଏବଂ ପରମେଶ୍ବର ଯାହାକୁ ଗ୍ଭହାଁନ୍ତି ତାକୁ ସେ ରାଜ୍ଯ ରେ ନିୟୁକ୍ତି କରିପାରନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେ ମନୁଷ୍ୟସନ୍ତାନଗଣ ମଧ୍ୟରୁ ଦୂରୀକୃତ ହେଲେ; ତାଙ୍କର ଅନ୍ତଃକରଣ ପଶୁର ତୁଲ୍ୟ ହେଲା ଓ ବନ୍ୟ ଗର୍ଦ୍ଦଭ ସହିତ ତାଙ୍କର ବସତି ହେଲା; ସେ ବଳଦ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର ଆକାଶର କାକରରେ ତିନ୍ତିଲା; ଶେଷରେ ସେ ଜାଣିଲେ ଯେ, ସର୍ବୋପରିସ୍ଥ ପରମେଶ୍ଵର ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ଵ କରନ୍ତି ଓ ତହିଁ ଉପରେ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ନିଯୁକ୍ତ କରନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ତାଙ୍କର ମନ ପଶୁତୁଲ୍ୟ ହେଲା ଓ ସେ ବନ୍ୟ ଗର୍ଦ୍ଦଭ ସହିତ ବାସ କଲେ। ଆଉ ସେ ଗୋରୁଗାଈ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର କାକରରେ ଭିଜିଲା। ତା’ପରେ ସେ ହୃ‌‌ଦ୍‌‌ବୋଧ କଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ କରନ୍ତି। ଏବଂ ପରମେଶ୍ୱର ଯାହାକୁ ଗ୍ଭହାନ୍ତି ତାକୁ ସେ ରାଜ୍ୟରେ ନିଯୁକ୍ତି କରି ପାରନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେ ମନୁଷ୍ୟ-ସନ୍ତାନଗଣ ମଧ୍ୟରୁ ଦୂରୀକୃତ ହେଲେ; ତାଙ୍କର ଅନ୍ତଃକରଣ ପଶୁର ତୁଲ୍ୟ ହେଲା ଓ ବନ୍ୟ ଗର୍ଦ୍ଦଭ ସହିତ ତାଙ୍କର ବସତି ହେଲା; ସେ ବଳଦ ପରି ତୃଣ ଭୋଜନ କଲେ ଓ ତାଙ୍କର ଶରୀର ଆକାଶର କାକରରେ ତିନ୍ତିଲା; ଶେଷରେ ସେ ଜାଣିଲେ ଯେ, ସର୍ବୋପରିସ୍ଥ ପରମେଶ୍ୱର ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ୱ କରନ୍ତି ଓ ତହିଁ ଉପରେ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ନିଯୁକ୍ତ କରନ୍ତି।
Odia IRV 2017 (ଓଡିଆ ବାଇବେଲ)