Deuteronomy 2:29 — Compare Translations
5 translations compared side by side
Odia - 1840
"ଆମ୍ଭେ ୟର୍ଦ୍ଧନ ନଦୀ ପାର ହବୋ ପର୍ୟ୍ଯନ୍ତ ତକ୍ସ୍ଟମ୍ଭ ଦେଶ ମଧ୍ଯ ଦଇେ ୟିବାକକ୍ସ୍ଟ ଦିଅ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭକକ୍ସ୍ଟ ଯେଉଁ ଦେଶ ଦଇେଛନ୍ତି, ସେ ଦେଶକକ୍ସ୍ଟ ୟିବାପାଇଁ ଆମ୍ଭକକ୍ସ୍ଟ ତକ୍ସ୍ଟମ୍ଭ ଦେଶ ଦଇେ ୟିବାକକ୍ସ୍ଟ ଦିଅ। ଅନ୍ୟ ଲୋକମାନେ ଓ ଆଉ ନିବାସୀ ମାୟୋବୀଯମାନେ ଯଥା ଏଷୌର ସନ୍ତାନଗଣ ଆମ୍ଭମାନଙ୍କୁ ଯେପରି ୟିବାକକ୍ସ୍ଟ ଦଇେଛନ୍ତି, ସହେିପରି ତୁମ୍ଭମାନେେ ଆମ୍ଭମାନଙ୍କୁ ତକ୍ସ୍ଟମ୍ଭ ଦେଶ ଦଇେ ୟିବାକକ୍ସ୍ଟ ଦିଅ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ଆମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେପର୍ଯ୍ୟନ୍ତ ସେହି ଦେଶରେ ଉପସ୍ଥିତ ନ ହେଉ, ସେପର୍ଯ୍ୟନ୍ତ ତୁମ୍ଭେ ରୂପା ନେଇ ମୋତେ ଭୋଜନର ଅନ୍ନ ଦିଅ ଓ ରୂପା ନେଇ ପିଇବାର ଜଳ ଦିଅ; ମୁଁ କେବଳ ଆପଣା ପାଦ ଦେଇ ପାର ହୋଇଯିବି ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ ଯର୍ଦ୍ଦନ ନଦୀ ପାର ହେବା ପର୍ଯ୍ୟନ୍ତ ତୁମ୍ଭ ଦେଶ ମଧ୍ୟଦେଇ ଯିବାକୁ ଦିଅ। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭକୁ ଯେଉଁ ଦେଶ ଦେଇଛନ୍ତି, ସେ ଦେଶକୁ ଯିବା ପାଇଁ ଆମ୍ଭକୁ ତୁମ୍ଭ ଦେଶ ଦେଇ ଯିବାକୁ ଦିଅ। ଅନ୍ୟ ଲୋକମାନେ ଓ ଆଉ ନିବାସୀ ମୋୟାବୀୟମାନେ ଯଥା ଏଷୌର ସନ୍ତାନଗଣ ଆମ୍ଭମାନଙ୍କୁ ଯେପରି ଯିବାକୁ ଦେଇଛନ୍ତି, ସେହିପରି ତୁମ୍ଭେମାନେ ଆମ୍ଭମାନଙ୍କୁ ତୁମ୍ଭ ଦେଶ ଦେଇ ଯିବାକୁ ଦିଅ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ଆମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେପର୍ଯ୍ୟନ୍ତ ସେହି ଦେଶରେ ଉପସ୍ଥିତ ନ ହେଉ, ସେପର୍ଯ୍ୟନ୍ତ ତୁମ୍ଭେ ରୂପା ନେଇ ମୋତେ ଭୋଜନର ଅନ୍ନ ଦିଅ ଓ ରୂପା ନେଇ ପିଇବାର ଜଳ ଦିଅ ମୁଁ କେବଳ ଆପଣା ପାଦ ଦେଇ ପାର ହୋଇଯିବି।”
Odia IRV 2017 (ଓଡିଆ ବାଇବେଲ)
ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ଦେଶ ଦେଉଅଛନ୍ତି, ଆମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେପର୍ଯ୍ୟନ୍ତ ସେହି ଦେଶରେ ଉପସ୍ଥିତ ନ ହେଉ, ସେପର୍ଯ୍ୟନ୍ତ ତୁମ୍ଭେ ରୂପା ନେଇ ମୋତେ ଭୋଜନର ଅନ୍ନ ଦିଅ ଓ ରୂପା ନେଇ ପିଇବାର ଜଳ ଦିଅ ମୁଁ କେବଳ ଆପଣା ପାଦ ଦେଇ ପାର ହୋଇଯିବି।”