Deuteronomy 21:23 — Compare Translations
5 translations compared side by side
Odia - 1840
"କିନ୍ତୁ ତା'ର ମୃତ ଶରୀରକକ୍ସ୍ଟ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନକ୍ସ୍ଟହଁ। ତା'ର ମୃତ ଶରୀରକକ୍ସ୍ଟ ସହେି ଏକା ଦିନ ରେ କବର ଦିଆୟିବା ଉଚିତ୍। କାରଣ, କହେି ବ୍ଯକ୍ତି ଗଛ ରେ ଝକ୍ସ୍ଟଲା ହାଇେ ରହିଲେ ପରମେଶ୍ବରଙ୍କ ଦ୍ବରା ଅଭିଶାପ ଗ୍ରସ୍ତ ହକ୍ସ୍ଟଏ। ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଯେଉଁ ଭୂମି ଦଇେଛନ୍ତି ତୁମ୍ଭେ ତାହାକକ୍ସ୍ଟ ଅଶକ୍ସ୍ଟଚି କର ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ତାହାର ଶବ ରାତ୍ରିଯାକ ବୃକ୍ଷରେ ଟଙ୍ଗା ହୋଇ ରହିବ ନାହିଁ; ମାତ୍ର ତୁମ୍ଭେ କୌଣସି ପ୍ରକାରେ ସେହିଦିନ ତାହାକୁ କବର ଦେବ; କାରଣ ଯେ ଟଙ୍ଗାଯାଏ, ସେ ପରମେଶ୍ଵରଙ୍କ ଅଭିଶାପପାତ୍ର। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଭୂମି ଦେବେ, ତୁମ୍ଭେ ତାହା ଅଶୁଚି କରିବ ନାହିଁ ⇧।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ତା’ର ମୃତ ଶରୀରକୁ ରାତ୍ରି ତମାମ ଓହଳାଇ ରଖିବା ଉଚିତ୍ ନୁହଁ। ତା’ର ମୃତ ଶରୀରକୁ ସେହି ଏକା ଦିନରେ କବର ଦିଆଯିବା ଉଚିତ୍। କାରଣ, କେହି ବ୍ୟକ୍ତି ଗଛରେ ଝୁଲା ହୋଇ ରହିଲେ ପରମେଶ୍ୱରଙ୍କ ଦ୍ୱାରା ଅଭିଶାପ ଗ୍ରସ୍ତ ହୁଏ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଭୂମି ଦେଇଛନ୍ତି ତୁମ୍ଭେ ତାହାକୁ ଅଶୁଚି କର ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ତାହାର ଶବ ରାତ୍ରିସାରା ବୃକ୍ଷରେ ଟଙ୍ଗା ହୋଇ ରହିବ ନାହିଁ; ମାତ୍ର ତୁମ୍ଭେ କୌଣସି ପ୍ରକାରେ ସେହି ଦିନ ତାହାକୁ କବର ଦେବ; କାରଣ ଯେ ଟଙ୍ଗାଯାଏ, ସେ ପରମେଶ୍ୱରଙ୍କ ଅଭିଶାପ ପାତ୍ର ଅଟେ। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଭୂମି ଦେବେ, ତୁମ୍ଭେ ତାହା ଅଶୁଚି କରିବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ତେବେ ତାହାର ଶବ ରାତ୍ରିସାରା ବୃକ୍ଷରେ ଟଙ୍ଗା ହୋଇ ରହିବ ନାହିଁ; ମାତ୍ର ତୁମ୍ଭେ କୌଣସି ପ୍ରକାରେ ସେହିଦିନ ତାହାକୁ କବର ଦେବ; କାରଣ ଯେ ଟଙ୍ଗାଯାଏ, ସେ ପରମେଶ୍ୱରଙ୍କ ଅଭିଶାପ ପାତ୍ର ଅଟେ। ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଧିକାରାର୍ଥେ ତୁମ୍ଭକୁ ଯେଉଁ ଭୂମି ଦେବେ, ତୁମ୍ଭେ ତାହା ଅଶୁଚି କରିବ ନାହିଁ।