Deuteronomy 28:51 — Compare Translations

5 translations compared side by side

Odia - 1840
"ସମାନେେ ତୁମ୍ଭର ପଶକ୍ସ୍ଟ ଓ ବଢିଥିବା ଶସ୍ଯ ନଇେଯିବେ। ତୁମ୍ଭମାନଙ୍କୁ ଧ୍ବଂସ କରିବା ପର୍ୟ୍ଯନ୍ତ ସମାନେେ ସମସ୍ତ ଦ୍ରବ୍ଯ ନଇେଯିବେ। ସମାନେେ ତୁମ୍ଭମାନଙ୍କ ପାଇଁ କୌଣସି ଶସ୍ଯ ରଖିବେ ନାହିଁ। ମଦ, ତଲେ, ଗାଈ, ମଷେ କିଅବା ଛଳେି ଅବଶିଷ୍ଟ କିଛି ରଖିବେ ନାହିଁ। ସମାନେେ ତୁମ୍ଭମାନଙ୍କୁ ତଳିତଳାନ୍ତ କରିବା ପର୍ୟ୍ଯନ୍ତ ସମସ୍ତ ଦ୍ରବ୍ଯ ସମାନେେ ନଇେଯିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭ ପଶୁର ଫଳ ଓ ତୁମ୍ଭ ଭୂମିର ଫଳ ଗ୍ରାସ କରିବ; ମଧ୍ୟ ତୁମ୍ଭେ ସଂହାରିତ ହେବାଯାଏ ସେ ତୁମ୍ଭ ପାଇଁ ଶସ୍ୟ, ଦ୍ରାକ୍ଷାରସ, ଅବା ତୈଳ, ତୁମ୍ଭ ଗୋବତ୍ସ, ଅବା ମେଷପଲର ଶାବକ ଅବଶିଷ୍ଟ ରଖିବ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ତୁମ୍ଭର ପଶୁ ଓ ବଢ଼ିଥିବା ଶସ୍ୟ ନେଇଯିବେ। ତୁମ୍ଭମାନଙ୍କୁ ଧ୍ୱଂସ କରିବା ପର୍ଯ୍ୟନ୍ତ ସେମାନେ ସମସ୍ତ ଦ୍ରବ୍ୟ ନେଇଯିବେ। ସେମାନେ ତୁମ୍ଭମାନଙ୍କ ପାଇଁ କୌଣସି ଶସ୍ୟ ରଖିବେ ନାହିଁ। ମଦ, ତେଲ, ଗାଈ, ମେଷ କିଅବା ଛେଳି ଅବଶିଷ୍ଟ କିଛି ରଖିବେ ନାହିଁ। ସେମାନେ ତୁମ୍ଭମାନଙ୍କୁ ତଳିତଳାନ୍ତ କରିବା ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟ ସେମାନେ ନେଇଯିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭ ପଶୁର ଶାବକ ଓ ତୁମ୍ଭ ଭୂମିର ଫଳ ଗ୍ରାସ କରିବ; ମଧ୍ୟ ତୁମ୍ଭେ ସଂହାରିତ ହେବା ପର୍ଯ୍ୟନ୍ତ ସେ ତୁମ୍ଭ ପାଇଁ ଶସ୍ୟ, ଦ୍ରାକ୍ଷାରସ ଅବା ତୈଳ, ତୁମ୍ଭ ଗୋବତ୍ସ ଅବା ମେଷପଲର ଶାବକ ଅବଶିଷ୍ଟ ରଖିବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ତୁମ୍ଭେ ବିନଷ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭ ପଶୁର ଶାବକ ଓ ତୁମ୍ଭ ଭୂମିର ଫଳ ଗ୍ରାସ କରିବ; ମଧ୍ୟ ତୁମ୍ଭେ ସଂହାରିତ ହେବା ପର୍ଯ୍ୟନ୍ତ ସେ ତୁମ୍ଭ ପାଇଁ ଶସ୍ୟ, ଦ୍ରାକ୍ଷାରସ ଅବା ତୈଳ, ତୁମ୍ଭ ଗୋବତ୍ସ ଅବା ମେଷପଲର ଶାବକ ଅବଶିଷ୍ଟ ରଖିବ ନାହିଁ।