Deuteronomy 28:52 — Compare Translations
5 translations compared side by side
Odia - 1840
"ଅନ୍ୟ ଜାତୀଯମାନେ ତୁମ୍ଭମାନଙ୍କୁ ଘରୋଉ କରି ରଖିବେ ଓ ତୁମ୍ଭମାନଙ୍କ ସହରକକ୍ସ୍ଟ ଆକ୍ରମଣ କରିବେ। ତୁମ୍ଭମାନେେ ଭାବିବ ଯେ ତୁମ୍ଭମାନଙ୍କର ଉଚ୍ଚ ଓ ଦୃଢ ପାଚରେୀ ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦବେ ମାତ୍ର ତାହା ତୁମ୍ଭମାନଙ୍କୁ ସକ୍ସ୍ଟରକ୍ଷା ଦଇପୋରିବ ନାହିଁ। ସହେି ପାଚରେୀମାନ ଭାଙ୍ଗି ପଡିବ। ସଦାପ୍ରଭୁ ଦଇେଥିବା ଦେଶ ରେ ସବୁଆଡେ ଶତୃମାନଙ୍କର ଛାଉଣୀ ହାଇଯେିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ତୁମ୍ଭର ସମୁଦାୟ ଦେଶସ୍ଥ ଯେସମସ୍ତ ଉଚ୍ଚ ଓ ଦୁର୍ଗମ ପ୍ରାଚୀରରେ ତୁମ୍ଭେ ଭରସା ରଖିଲ, ତାହାସବୁ ପତିତ ହେବାଯାଏ ସେ ତୁମ୍ଭର ସମସ୍ତ ନଗରଦ୍ଵାରରେ ତୁମ୍ଭକୁ ଅବରୋଧ କରିବ; ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁର ସମସ୍ତ ନଗରଦ୍ଵାରରେ ସେ ତୁମ୍ଭକୁ ଅବରୋଧ କରିବ ।
Odia Bible ERV 2004 (ପବିତ୍ର ବାଇବଲ)
“ଅନ୍ୟ ଜାତୀୟମାନେ ତୁମ୍ଭମାନଙ୍କୁ ଘେରାଉ କରି ରଖିବେ ଓ ତୁମ୍ଭମାନଙ୍କ ସହରକୁ ଆକ୍ରମଣ କରିବେ। ତୁମ୍ଭେମାନେ ଭାବିବ ଯେ ତୁମ୍ଭମାନଙ୍କର ଉଚ୍ଚ ଓ ଦୃଢ଼ ପାଚେରୀ ତୁମ୍ଭମାନଙ୍କୁ ସୁରକ୍ଷା ଦେବ ମାତ୍ର ତାହା ତୁମ୍ଭମାନଙ୍କୁ ସୁରକ୍ଷା ଦେଇ ପାରିବ ନାହିଁ। ସେହି ପାଚେରୀମାନ ଭାଙ୍ଗି ପଡ଼ିବ। ସଦାପ୍ରଭୁ ଦେଇଥିବା ଦେଶରେ ସବୁଆଡ଼େ ଶତ୍ରୁମାନଙ୍କର ଛାଉଣି ହୋଇଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ତୁମ୍ଭର ସମୁଦାୟ ଦେଶସ୍ଥ ଯେଉଁ ସମସ୍ତ ଉଚ୍ଚ ଓ ଦୁର୍ଗମ ପ୍ରାଚୀରରେ ତୁମ୍ଭେ ଭରସା ରଖିଲ, ତାହାସବୁ ପତିତ ହେବା ପର୍ଯ୍ୟନ୍ତ ସେ ତୁମ୍ଭର ସମସ୍ତ ନଗର-ଦ୍ୱାରରେ ତୁମ୍ଭକୁ ଅବରୋଧ କରିବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁର ସମସ୍ତ ନଗର-ଦ୍ୱାରରେ ସେ ତୁମ୍ଭକୁ ଅବରୋଧ କରିବ।
Odia IRV 2017 (ଓଡିଆ ବାଇବେଲ)
ଆଉ ତୁମ୍ଭର ସମୁଦାୟ ଦେଶସ୍ଥ ଯେଉଁ ସମସ୍ତ ଉଚ୍ଚ ଓ ଦୁର୍ଗମ ପ୍ରାଚୀରରେ ତୁମ୍ଭେ ଭରସା ରଖିଲ, ତାହାସବୁ ପତିତ ହେବା ପର୍ଯ୍ୟନ୍ତ ସେ ତୁମ୍ଭର ସମସ୍ତ ନଗରଦ୍ୱାରରେ ତୁମ୍ଭକୁ ଅବରୋଧ କରିବ; ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଯେଉଁ ଦେଶ ଦେଇଅଛନ୍ତି, ତହିଁର ସମସ୍ତ ନଗରଦ୍ୱାରରେ ସେ ତୁମ୍ଭକୁ ଅବରୋଧ କରିବ।