Deuteronomy 4:19 — Compare Translations

5 translations compared side by side

Odia - 1840
"ଏପରି ସାବଧାନ ହକ୍ସ୍ଟଅ, ଯେତବେେଳେ ତୁମ୍ଭମାନେେ ସୂର୍ୟ୍ଯ,ଚନ୍ଦ୍ର, ତାରାଗଣଙ୍କକ୍ସ୍ଟ ଆକାଶ ରେ ଦେଖ। ତୁମ୍ଭମାନେେ ସମାନଙ୍କେୁ ବି ମାହେିତ ହାଇେ ପ୍ରଣାମ କରିବା ଓ ସବୋ କରିବା ଉଚିତ୍ ନକ୍ସ୍ଟ ହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵର ଯେଉଁମାନଙ୍କୁ ସମୁଦାୟ ଆକାଶମଣ୍ତଳର ଅଧଃସ୍ଥିତ ସମସ୍ତ ଦେଶୀୟ ଲୋକମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି, ଏପରି ସୂର୍ଯ୍ୟ ଓ ଚନ୍ଦ୍ର ଓ ତାରା ପ୍ରଭୃତି ଆକାଶର ସମସ୍ତ ବାହିନୀ ପ୍ରତି ଊର୍ଦ୍ଧ୍ଵ ଦୃଷ୍ଟି କରି ଅନାଇଲେ ଭ୍ରାନ୍ତ ହୋଇ ତୁମ୍ଭେମାନେ ସେମାନଙ୍କୁ ପ୍ରଣାମ କରିବ ଓ ସେବା କରିବଙ୍କ ।
Odia Bible ERV 2004 (ପବିତ୍ର ବାଇବଲ)
ଏପରି ସାବଧାନ ହୁଅ, ଯେତେବେଳେ ତୁମ୍ଭେମାନେ ସୂର୍ଯ୍ୟ, ଚନ୍ଦ୍ର, ତାରାଗଣକୁ ଆକାଶରେ ଦେଖ। ତୁମ୍ଭେମାନେ ସେମାନଙ୍କୁ ବିମୋହିତ ହୋଇ ପ୍ରଣାମ କରିବା ଓ ସେବା କରିବା ଉଚିତ୍ ନୁହେଁ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅନ୍ୟ ସମସ୍ତ ଜାତିଗଣ ଏହିସବୁ କରିବାକୁ ରଖିଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁମାନଙ୍କୁ ସମୁଦାୟ ଆକାଶମଣ୍ଡଳର ଅଧଃସ୍ଥିତ ସମସ୍ତ ଦେଶୀୟ ଲୋକମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି, ଏପରି ସୂର୍ଯ୍ୟ ଓ ଚନ୍ଦ୍ର ଓ ତାରା ପ୍ରଭୃତି ଆକାଶର ସମସ୍ତ ବାହିନୀ ପ୍ରତି ଊର୍ଦ୍ଧ୍ୱଦୃଷ୍ଟି କରି ଅନାଇଲେ ଭ୍ରାନ୍ତ ହୋଇ ତୁମ୍ଭେମାନେ ସେମାନଙ୍କୁ ପ୍ରଣାମ କରିବ ଓ ସେବା କରିବ।
Odia IRV 2017 (ଓଡିଆ ବାଇବେଲ)
କିଅବା ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଯେଉଁମାନଙ୍କୁ ସମୁଦାୟ ଆକାଶମଣ୍ଡଳର ଅଧଃସ୍ଥିତ ସମସ୍ତ ଦେଶୀୟ ଲୋକମାନଙ୍କ ନିମନ୍ତେ ନିଯୁକ୍ତ କରିଅଛନ୍ତି, ଏପରି ସୂର୍ଯ୍ୟ ଓ ଚନ୍ଦ୍ର ଓ ତାରା ପ୍ରଭୃତି ଆକାଶର ସମସ୍ତ ବାହିନୀ ପ୍ରତି ଉର୍ଦ୍ଧ୍ବ ଦୃଷ୍ଟି କରି ଅନାଇଲେ ଭ୍ରାନ୍ତ ହୋଇ ତୁମ୍ଭେମାନେ ସେମାନଙ୍କୁ ପ୍ରଣାମ କରିବ ଓ ସେବା କରିବ।