Deuteronomy 7:9 — Compare Translations

5 translations compared side by side

Odia - 1840
"ତେଣୁ ମନରେଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର କବଳେ ଏକମାତ୍ର ପରମେଶ୍ବର ଅଟନ୍ତି। ସେ ବିଶ୍ବସ୍ତ ଅଟନ୍ତି। ସେ ତାଙ୍କର ନିଯମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ ରମେ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସମାନଙ୍କେ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚକ୍ସ୍ଟକ୍ତି ପ୍ରତି ବିଶ୍ବସନୀଯତା ସହସ୍ର ପୁରୁଷ ପର୍ୟ୍ଯନ୍ତ ଲାଗିରହେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ଵର, କେବଳ ସେ ପରମେଶ୍ଵର; ସେ ବିଶ୍ଵସନୀୟ ପରମେଶ୍ଵର; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପୁରୁଷ ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
“ତେଣୁ ମନେରଖ ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର କେବଳ ଏକମାତ୍ର ପରମେଶ୍ୱର ଅଟନ୍ତି। ସେ ବିଶ୍ୱସ୍ତ ଅଟନ୍ତି। ସେ ତାଙ୍କର ନିୟମ ରକ୍ଷା କରନ୍ତି। ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କର ଆଜ୍ଞା ମାନନ୍ତି, ସଦାପ୍ରଭୁ ସେମାନଙ୍କ ଉପରେ କୃପା କରନ୍ତି। ଲୋକମାନଙ୍କ ପ୍ରତି ତାଙ୍କର କରୁଣା ଓ ତାଙ୍କର ଚୁକ୍ତି ପ୍ରତି ବିଶ୍ୱସନୀୟତା ସହସ୍ର ପୁରୁଷ ପର୍ଯ୍ୟନ୍ତ ଲାଗିରହେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର, କେବଳ ସେ ପରମେଶ୍ୱର ଅଟନ୍ତି; ସେ ବିଶ୍ୱସନୀୟ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପିଢ଼ି ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି।
Odia IRV 2017 (ଓଡିଆ ବାଇବେଲ)
ଏହେତୁ ଜାଣ ଯେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର, କେବଳ ସେ ପରମେଶ୍ୱର ଅଟନ୍ତି; ସେ ବିଶ୍ୱସନୀୟ ପରମେଶ୍ୱର ଅଟନ୍ତି; ଯେଉଁମାନେ ତାହାଙ୍କୁ ପ୍ରେମ କରନ୍ତି ଓ ତାହାଙ୍କ ଆଜ୍ଞା ପାଳନ କରନ୍ତି, ସେମାନଙ୍କ ପକ୍ଷରେ ସେ ସହସ୍ର ପିଢ଼ି ପର୍ଯ୍ୟନ୍ତ ନିୟମ ଓ ଦୟା ରକ୍ଷା କରନ୍ତି।