Deuteronomy 8:15 — Compare Translations
5 translations compared side by side
Odia - 1840
"ସେ ତୁମ୍ଭର ଭବିଷ୍ଯତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନବୋକକ୍ସ୍ଟ ବିଷଧର ସର୍ପ ଓ ବିଛା ପକ୍ସ୍ଟଣି ନିର୍ଜଳ ଶକ୍ସ୍ଟଷ୍କ ଭୂମିଥିବା ଏହି ବିସ୍ତିର୍ଣ୍ଣ ଓ ଭୟାନକ ମରକ୍ସ୍ଟଭୂମି ଦଇେ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚକ୍ମକି ପ୍ରସ୍ତରମଯ ଶୈଳରକ୍ସ୍ଟ ଜଳ ବାହାର କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ଜ୍ଵାଳାଦାୟୀ ସର୍ପ ଓ ବିଚ୍ଛା, ପୁଣି ନିର୍ଜଳ ଶୁଷ୍କଭୂମି ଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ପ୍ରାନ୍ତର ଦେଇ ତୁମ୍ଭକୁ ଗମନ କରାଇଲେ; ଯେ ତୁମ୍ଭ ନିମନ୍ତେ ଚକ୍ମକି-ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ;
Odia Bible ERV 2004 (ପବିତ୍ର ବାଇବଲ)
ସେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ବିଷଧର ସର୍ପ ଓ ବିଛା ପୁଣି ନିର୍ଜଳ ଶୁଷ୍କ ଭୂମିଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ମରୁଭୂମି ଦେଇ ତୁମ୍ଭମାନଙ୍କୁ ଗମନ କରାଇ ଆଣିଲେ। ସେ ତୁମ୍ଭମାନଙ୍କ ପାଇଁ ଚକ୍ମକି ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେ ତୁମ୍ଭର ଭବିଷ୍ୟତ ମଙ୍ଗଳ ନିମନ୍ତେ ତୁମ୍ଭକୁ ନମ୍ର କରିବାକୁ ଓ ତୁମ୍ଭର ପରୀକ୍ଷା ନେବାକୁ ଜ୍ୱାଳାଦାୟୀ ସର୍ପ ଓ ବିଚ୍ଛା, ପୁଣି ନିର୍ଜଳ ଶୁଷ୍କ ଭୂମି ଥିବା ଏହି ବିସ୍ତୀର୍ଣ୍ଣ ଓ ଭୟାନକ ପ୍ରାନ୍ତର ଦେଇ ତୁମ୍ଭକୁ ଗମନ କରାଇଲେ; ଯେ ତୁମ୍ଭ ନିମନ୍ତେ ଚକ୍ମକି-ପ୍ରସ୍ତରମୟ ଶୈଳରୁ ଜଳ ବାହାର କଲେ;
Odia IRV 2017 (ଓଡିଆ ବାଇବେଲ)