Deuteronomy 9:21 — Compare Translations

5 translations compared side by side

Odia - 1840
"ମୁ ତୁମ୍ଭମାନଙ୍କର ପାପପୂର୍ଣ ବସ୍ତକ୍ସ୍ଟକକ୍ସ୍ଟ ଦଗ୍ଧ କଲି। ତୁମ୍ଭମାନେେ ଛାଞ୍ଚ ରେ ଢଳାଇଥିବା ବାଛକ୍ସ୍ଟରିକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲି। ତା'ପରେ ମୁ ଏହାକକ୍ସ୍ଟ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସକ୍ସ୍ଟକ୍ଷ୍ମ ହବୋ ପର୍ୟ୍ଯନ୍ତ ମୁ ଏହାକକ୍ସ୍ଟ ଦଳିଲି। ତା'ପରେ ଢାଞ୍ଚା ନିର୍ମିତ ବାଛକ୍ସ୍ଟରିର ଭସ୍ମକକ୍ସ୍ଟ ଜଳଷୋର୍ତ ରେ ନିକ୍ଷପେ କଲି। ଯାହା ପର୍ବତରକ୍ସ୍ଟ ଆସକ୍ସ୍ଟଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ମୁଁ ତୁମ୍ଭମାନଙ୍କ ପାପ ସ୍ଵରୂପ, ଅର୍ଥାତ୍, ସେହି ଯେ ବାଛୁରି ତୁମ୍ଭେମାନେ ନିର୍ମାଣ କରିଥିଲ, ତାହା ନେଇ ଅଗ୍ନିରେ ଦଗ୍ଧ କଲି ଓ ତାହା ଧୂଳିବତ୍ ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ପେଷି ଚୂର୍ଣ୍ଣ କଲି; ତହୁଁ ମୁଁ ତହିଁର ଧୂଳି ପର୍ବତନିର୍ଗତ ଜଳସ୍ରୋତରେ ନିକ୍ଷେପ କଲି ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ତୁମ୍ଭମାନଙ୍କର ପାପପୂର୍ଣ୍ଣ ବସ୍ତୁକୁ ଦ‌‌ଗ୍‌‌ଧ କଲି। ତୁମ୍ଭେମାନେ ଛାଞ୍ଚରେ ଢଳାଇଥିବା ବାଛୁରିକୁ ଅଗ୍ନିରେ ଦ‌‌ଗ୍‌‌ଧ କଲି। ତା’ପରେ ମୁଁ ଏହାକୁ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ମୁଁ ଏହାକୁ ଦଳିଲି। ତା’ପରେ ଢାଞ୍ଚା ନିର୍ମିତ ବାଛୁରିର ଭସ୍ମକୁ ଜଳସ୍ରୋତରେ ନିକ୍ଷେପ କଲି। ଯାହା ପର୍ବତରୁ ଆସୁଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି ମୁଁ ତୁମ୍ଭମାନଙ୍କ ପାପ ସ୍ୱରୂପ, ଅର୍ଥାତ୍‍, ସେହି ଯେଉଁ ବାଛୁରି ତୁମ୍ଭେମାନେ ନିର୍ମାଣ କରିଥିଲ, ତାହା ନେଇ ଅଗ୍ନିରେ ଦଗ୍ଧ କଲି ଓ ତାହା ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ପେଷି ଚୂର୍ଣ୍ଣ କଲି; ତହୁଁ ମୁଁ ତହିଁର ଧୂଳି ପର୍ବତ ନିର୍ଗତ ଜଳସ୍ରୋତରେ ନିକ୍ଷେପ କଲି।
Odia IRV 2017 (ଓଡିଆ ବାଇବେଲ)
ପୁଣି ମୁଁ ତୁମ୍ଭମାନଙ୍କ ପାପ ସ୍ୱରୂପ, ଅର୍ଥାତ୍‍, ସେହି ଯେଉଁ ବାଛୁରି ତୁମ୍ଭେମାନେ ନିର୍ମାଣ କରିଥିଲ, ତାହା ନେଇ ଅଗ୍ନିରେ ଦଗ୍ଧ କଲି ଓ ତାହା ଧୂଳି ପରି ସୂକ୍ଷ୍ମ ହେବା ପର୍ଯ୍ୟନ୍ତ ପେଷି ଚୂର୍ଣ୍ଣ କଲି; ତହୁଁ ମୁଁ ତହିଁର ଧୂଳି ପର୍ବତ ନିର୍ଗତ ଜଳସ୍ରୋତରେ ନିକ୍ଷେପ କଲି।