Ecclesiastes 6:3 — Compare Translations
5 translations compared side by side
Odia - 1840
"ଜଣେ ଲୋକ ଏକ ଦୀର୍ଘ ଜୀବନୟାପନ କଲେ। ଏବଂ ସେ ଶ ହେ ସନ୍ତାନ ଜନ୍ମ ଦଇପୋ ରେ। କିନ୍ତୁ ଯଦି ସେ ସମାନଙ୍କେ ଉପ ରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ଯୁ ପ ରେ ତାକୁ କହେି ସ୍ମରଣ ନ କରେ, ତା ହେଲେ ସହେି ଲୋକ ଅପେକ୍ଷା ଜନ୍ମ ହବୋ ସମୟରେ ମୃତ୍ଯୁବରଣ କରିଥିବା ସହେି ଶିଶୁଟି ଉତ୍ତମ ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେବେ କୌଣସି ମନୁଷ୍ୟ ଶହେ ସନ୍ତାନ ଜାତ କରି ଅନେକ ବର୍ଷ ବଞ୍ଚି ଦୀର୍ଘଜୀବୀ ହୁଏ, ମାତ୍ର ତାହାର ପ୍ରାଣ ଯେବେ ସୁଖରେ ତୃପ୍ତ ନ ହୁଏ, ଆହୁରି ଯେବେ ତାହାକୁ କବର ଦିଆ ନ ଯାଏ, ତେବେ ମୁଁ କହେ, ତାହାଠାରୁ ବରଞ୍ଚ ଗର୍ଭସ୍ରାବ ଭଲ;
Odia Bible ERV 2004 (ପବିତ୍ର ବାଇବଲ)
ଜଣେ ଲୋକ ଏକ ଦୀର୍ଘ ଜୀବନଯାପନ କରେ ଏବଂ ସେ ଶହେ ସନ୍ତାନ ଜନ୍ମ ଦେଇପାରେ। କିନ୍ତୁ ଯଦି ସେ ସେମାନଙ୍କ ଉପରେ ସନ୍ତୁଷ୍ଟ ନ ହୁଏ ଏବଂ ଯଦି ମୃତ୍ୟୁ ପରେ ତାକୁ କେହି ସ୍ମରଣ ନ କରେ, ତାହାହେଲେ ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁବରଣ କରିଥିବା ସେହି ଶିଶୁଟି ଉତ୍ତମ ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯଦି କୌଣସି ମନୁଷ୍ୟ ଶହେ ସନ୍ତାନ ଜାତ କରି ଅନେକ ବର୍ଷ ବଞ୍ଚି ଦୀର୍ଘଜୀବୀ ହୁଏ, ମାତ୍ର ତାହାର ପ୍ରାଣ ଯଦି ସୁଖରେ ତୃପ୍ତ ନ ହୁଏ, ଆହୁରି ଯଦି ତାହାକୁ କବର ଦିଆ ନ ଯାଏ, ତେବେ ମୁଁ କହେ, ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁବରଣ କରିଥିବା ଶିଶୁଟି ଉତ୍ତମ ଅଟେ;
Odia IRV 2017 (ଓଡିଆ ବାଇବେଲ)
ଯଦି କୌଣସି ମନୁଷ୍ୟ ଶହେ ସନ୍ତାନ ଜାତ କରି ଅନେକ ବର୍ଷ ବଞ୍ଚି ଦୀର୍ଘଜୀବୀ ହୁଏ, ମାତ୍ର ତାହାର ପ୍ରାଣ ଯଦି ସୁଖରେ ତୃପ୍ତ ନ ହୁଏ, ଆହୁରି ଯଦି ତାହାକୁ କବର ଦିଆ ନ ଯାଏ, ତେବେ ମୁଁ କହେ, ସେହି ଲୋକ ଅପେକ୍ଷା ଜନ୍ମ ହେବା ସମୟରେ ମୃତ୍ୟୁୁବରଣ କରିଥିବା ଶିଶୁଟି ଉତ୍ତମ ଅଟେ;