Ephesians 2:12 — Compare Translations

7 translations compared side by side

Odia - 1840
"ମନରେଖ, ତୁମ୍ଭମାନେେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭମାନେେ ଇସ୍ରାଯଲରେ ନାଗରିକ ନ ଥିଲ। ତେଣୁ ପରମେଶ୍ବର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ୟୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହାଇେ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ବରଙ୍କୁ ଜାଣି ନ ଥିଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ, ଇସ୍ରାଏଲର ପ୍ରଜାସତ୍ତ୍ଵ ରହିତ, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ପୁଣି ଜଗତରେ ଭରସାହୀନ ଓ ଈଶ୍ଵରବିହୀନ ହୋଇଥିଲ, ଏହା ସ୍ମରଣ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ପୂର୍ବେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ଦୂରରେ ଥିଲ, ତୁମ୍ଭେମାନେ ବିଦେଶୀ ଥିଲ ଓ ଈଶ୍ୱରଙ୍କ ମନୋନୀତ ଜାତିରେ ଅନ୍ତର୍ଭୁକ୍ତ ହୋଇ ନ ଥିଲ। ଈଶ୍ୱର ତାଙ୍କ ଲୋକମାନଙ୍କ ପ୍ରତି କରିଥିବା ପ୍ରତିଜ୍ଞା ଉପରେ ସ୍ଥାପିତ ନିୟମରେ ତୁମ୍ଭମାନଙ୍କର କୌଣସି ଅଂଶ ନ ଥିଲା। ଭରସାଶୂନ୍ୟ ଓ ଈଶ୍ୱରବିହୀନ ହୋଇ ତୁମ୍ଭେମାନେ ଜଗତରେ ବାସ କରୁଥିଲ।
Odia Bible ERV 2004 (ପବିତ୍ର ବାଇବଲ)
ମନେରଖ, ତୁମ୍ଭେମାନେ ପୂର୍ବରୁ ଖ୍ରୀଷ୍ଟବିହୀନ ଥିଲ। ତୁମ୍ଭେମାନେ ଇସ୍ରାଏଲର ନାଗରିକ ନ ଥିଲ। ତେଣୁ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ କରିଥିବା ପ୍ରତିଜ୍ଞା ଯୁକ୍ତ ନିୟମ ତୁମ୍ଭେ ପ୍ରାପ୍ତ ହୋଇ ନ ଥିଲ। ତୁମ୍ଭର ଆଉ କିଛି ଆଶା ଭରସା ନ ଥିଲା, କି ତୁମ୍ଭେ ପରମେଶ୍ୱରଙ୍କୁ ଜାଣି ନ ଥିଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ପ୍ରତିଜ୍ଞାଯୁକ୍ତ ନିୟମରେ ନିରଂଶ, ଇସ୍ରାଏଲର ପ୍ରଜାସତ୍ତ୍ବ ରହିତ, ପୁଣି ଜଗତରେ ଭରସାହୀନ ଓ ଈଶ୍ବରବିହୀନ ଥିଲ, ତାହା ସ୍ମରଣ କର।
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ତୁମ୍ଭେମାନେ ଯେ ଖ୍ରୀଷ୍ଟଙ୍କଠାରୁ ପୃଥକ୍, ଇସ୍ରାଏଲର ପ୍ରଜାସତ୍ୱରହିତ, ଭରସାହୀନ ଓ ଈଶ୍ୱର ବିହୀନ ହୋଇଥିଲ, ଏହା ସ୍ମରଣ କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತ್ಯಾ ವೆಳಾಕ್ ತುಮಿ ಕ್ರಿಸ್ತಾಕ್ನಾ ಧುರ್ ಹೊತ್ತ್ಯಾಸಿ, ತುಮಿ ದೆವಾನ್ ಎಚುನ್ ಕಾಡಲ್ಲ್ಯಾ ಲೊಕಾನಿಕ್ನಾ ಭಾಯ್ಲ್ಯಾ ಲೊಕಾಕ್ನಿ ದಿಲ್ಲ್ಯಾ ಗೊಸ್ಟಿಯಾಂಚ್ಯಾ ವರ್ತಿ ಕರಲ್ಲ್ಯಾ ಕರಾರಾಚ್ಯಾ ಭಾಗಾತ್ ನತ್ತಾಸಿ, ಅನಿ ತುಮಿ ಬರೊಸೊ ಅನಿ ದೆವ್ ನಸ್ತಾನಾ ಹ್ಯಾ ಜಗಾತ್ ಜಿವನ್ ಕರ್ಲ್ಯಾಸಿ.