Ephesians 2:14 — Compare Translations

7 translations compared side by side

Odia - 1840
"ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ଏବେ ଶାନ୍ତି ରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝି ରେ କାନ୍ଥଟିଏ ଥିଲା ଭଳି ସମାନେେ ଅଲଗା ଥିଲେ। ସମାନେେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସହେି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତା ସ୍ଵରୂପ ମଧ୍ୟବର୍ତ୍ତୀ ବିଚ୍ଛେଦପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ଇହୁଦୀ ଓ ଅଣଇହୁଦୀମାନଙ୍କୁ ଏକ କରି, ଖ୍ରୀଷ୍ଟ ନିଜେ ଆମ ମଧ୍ୟରେ ଶାନ୍ତି ସ୍ଥାପନ କରିଛନ୍ତି। ସେମାନଙ୍କୁ ପୃଥକ୍ କରି ପରସ୍ପରର ଶତ୍ରୁ ରୂପେ ରଖିଥିବା ପ୍ରାଚୀରକୁ ସେ ତାଙ୍କର ନିଜ ଶରୀର ଦ୍ୱାରା ଭାଙ୍ଗିଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ଖ୍ରୀଷ୍ଟଙ୍କ ହେତୁ ଆମ୍ଭେ ଏବେ ଶାନ୍ତିରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝିରେ କାନ୍ଥଟିଏ ଥିଲା ଭଳି ସେମାନେ ଅଲଗା ଥିଲେ। ସେମାନେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସେହି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଚ୍ଛେଦ-ପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି,
Odia IRV 2017 (ଓଡିଆ ବାଇବେଲ)
କାରଣ ସେ ତ ଆମ୍ଭମାନଙ୍କ ଶାନ୍ତି, ସେ ଶତ୍ରୁତାରୂପ ମଧ୍ୟବର୍ତ୍ତୀ ବିଛେଦପ୍ରାଚୀର ଭଗ୍ନ କରି ଉଭୟକୁ ଏକ କରିଅଛନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ಕ್ರಿಸ್ತಾನ್ ಜುದೆವಾಕ್ನಿ ಅನಿ ಜುದೆವ್ ನ್ಹಯ್ ಅಸಲ್ಲ್ಯಾಕ್ನಿ ಎಕ್ ಕರುನ್ ಅಪ್ನಿಚ್ ಅಮ್ಚ್ಯಾ ಮದ್ದಿ ಸಮಾಧಾನ್ ಹಾನ್ಲ್ಯಾನ್ ಅಪ್ನಾಚ್ಯಾ ಸ್ವಂತ ಆಂಗಾನ್ ತೆಂಚ್ಯಾ ದೊಗಾಂಚ್ಯಾ ಮದ್ದಿ ಎಗ್ಳೆ ಕರುಕ್ ಮನುನ್ ಹೊತ್ತಿ ದುಶ್ಮನ್ಕಿಚಿ ಭಿತ್ತ್ ತೆನಿ ಫೊಡುನ್ ಟಾಕ್ಲ್ಯಾನ್.