Ephesians 3:6 — Compare Translations

7 translations compared side by side

Odia - 1840
"ସହେି ଗୁପ୍ତ ସତ୍ଯଟି ହେଲା: ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାନେ ମଧ୍ଯ ପରମେଶ୍ବରଙ୍କ ସମସ୍ତ ବିଷୟର ଅଧିକାରୀ ହବେେ। ଅଣଯିହୂଦୀମାନେ ଯିହୂଦୀମାନଙ୍କ ସହିତ ସହେି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠା ରେ ପରମେଶ୍ବର ଯେ ସମସ୍ତ ପ୍ରତିଜ୍ଞା ଦଇେଅଛନ୍ତି, ସମାନେେ ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ହତେୁ ସହେି ସମସ୍ତର ସହଭାଗୀ ଅଟନ୍ତି। ସୁସମାଚାର ହତେୁରୁ ଅଣଯିହୂଦୀମାନେ ଏହି ସବୁର ଅଧିକାରୀ ଅଟନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅର୍ଥାତ୍, ସୁସମାଚାର ଦ୍ଵାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଜାତିମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ନିଗୂଢ଼ ତତ୍ତ୍ୱ ହେଉଛି, ସୁସମାଚାର ଯୋଗୁଁ ଇହୁଦୀମାନଙ୍କ ସହିତ ଅଣଇହୁଦୀମାନେ ମଧ୍ୟ ଈଶ୍ୱରଙ୍କ ଆଶୀର୍ବାଦର ଅଂଶୀ ହୋଇଛନ୍ତି। ସେମାନେ ସେହି ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ସହାୟତାରେ ଈଶ୍ୱର ଦେଇଥିବା ପ୍ରତିଜ୍ଞାର ଅଂଶୀଦାର।
Odia Bible ERV 2004 (ପବିତ୍ର ବାଇବଲ)
ସେହି ଗୁପ୍ତ ସତ୍ୟଟି ହେଲା: ଯିହୂଦୀମାନଙ୍କ ସହିତ ଅଣଯିହୂଦୀମାନେ ମଧ୍ୟ ପରମେଶ୍ୱରଙ୍କ ସମସ୍ତ ବିଷୟର ଅଧିକାରୀ ହେବେ। ଅଣଯିହୂଦୀମାନେ ଯିହୂଦୀମାନଙ୍କ ସହିତ ସେହି ଏକ ଶରୀରଭୁକ୍ତ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱର ଯେ ସମସ୍ତ ପ୍ରତିଜ୍ଞା ଦେଇଅଛନ୍ତି, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ସେହି ସମସ୍ତର ସହଭାଗୀ ଅଟନ୍ତି। ସୁସମାଗ୍ଭର ହେତୁରୁ ଅଣଯିହୂଦୀମାନେ ଏହିସବୁର ଅଧିକାରୀ ଅଟନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅର୍ଥାତ୍‍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୁଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;
Odia IRV 2017 (ଓଡିଆ ବାଇବେଲ)
ଅର୍ଥାତ୍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଣଯିହୂଦୀମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಗುಟ್ ಖಲೊ ಮಟ್ಲ್ಯಾರ್, ಬರ್‍ಯಾ ಖಬ್ರೆಚ್ಯಾ ವೈನಾ ಜುದೆವ್ ನ್ಹಯ್ ಹೊತ್ತಿ ಲೊಕಾ ದೆವಾಚ್ಯಾ ಆಶಿರ್ವಾದಾತ್ನಿ ಜುದೆವಾಂಚ್ಯಾ ವಾಂಗ್ಡಾ ದುಸ್ರಿ ಲೊಕಾ ದೆವಾಚ್ಯಾ ಬರ್‍ಯಾ ಖಬ್ರಿಯಾಂಚೆನ್ ಜೆಜುಕ್ರಿಸ್ತಾಕ್ಡೆ ರಾತಲೆ ಹೊವ್ನ್ ಜುದೆವಾಂಚ್ಯಾ ವಾಂಗ್ಡಾ ಹಕ್ಕ್ ಹೊತ್ತೆ ಎಕುಚ್ ಆಂಗಾಚಿ ಭಾಗಾ ಹೊವ್ನ್ ಅನಿ ಕ್ರಿಸ್ತಾ ಜೆಜುಚ್ಯಾ ದೆವಾನ್ ದಿಲ್ಲ್ಯಾ ಗೊಸ್ಟಿತ್ ವಾಟೊ ಘೆವ್ನ್ ಹಾತ್.