Ephesians 4:16 — Compare Translations
7 translations compared side by side
Odia - 1840
"ସମ୍ପୂର୍ଣ୍ଣ ଶରୀର ଯୀଶୁ ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଶରୀରର ପ୍ରେତ୍ୟକକ ଅଙ୍ଗ ଏକାଠି ୟୋଡ଼ି ହାଇେ ରହିଛନ୍ତି। ପ୍ରେତ୍ୟକକ ଅଙ୍ଗ ନିଜ ନିଜର କାର୍ୟ୍ଯ କରନ୍ତି। ଏହାଦ୍ବାରା ସମଗ୍ର ଶରୀର ପ୍ ରମେ ରେ ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ଵାରା ପୁଣି ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ତାହାଙ୍କ ନିୟନ୍ତ୍ରଣରେ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏକତ୍ର ସଂଯୋଜିତ ହୁଅନ୍ତି ଏବଂ ସେଥିରେ ଥିବା ଗ୍ରନ୍ଥିମାନଙ୍କ ସାହାଯ୍ୟରେ ସମୁଦାୟ ଶରୀର ସଙ୍ଗଠିତ ହୁଏ। ତେଣୁ ପ୍ରତ୍ୟେକ ଅବୟବ ନିଜର କାର୍ଯ୍ୟ ଯଥାଯଥ ଭାବରେ ନିର୍ବାହ କରିବା ଦ୍ୱାରା ସମଗ୍ର ଶରୀର ବୃଦ୍ଧି ପାଇ ସୁଗଠିତ ହୁଏ।
Odia Bible ERV 2004 (ପବିତ୍ର ବାଇବଲ)
ସମ୍ପୂର୍ଣ୍ଣ ଶରୀର ଯୀଶୁ ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଶରୀରର ପ୍ରତ୍ୟେକ ଅଙ୍ଗ ଏକାଠି ଯୋଡ଼ି ହୋଇ ରହିଛନ୍ତି। ପ୍ରତ୍ୟେକ ଅଙ୍ଗ ନିଜ ନିଜର କାର୍ଯ୍ୟ କରନ୍ତି। ଏହା ଦ୍ୱାରା ସମଗ୍ର ଶରୀର ପ୍ରେମରେ ବୃଦ୍ଧି ପାଇ ଶକ୍ତିଶାଳୀ ହୁଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି।
Odia IRV 2017 (ଓଡିଆ ବାଇବେଲ)
ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಚ್ಯಾ ಚಾಲ್ವುನ್ಕಿತ್ ದುಸ್ರಿ ದುಸ್ರಿ ಭಾಗಾ ಎಕ್ ಆಂಗ್ ಹೊವ್ನ್ ಮಿಳುನ್ ಹಾತ್ ಅನಿ ಅಂಗಾಚಿ ಸಗ್ಳಿ ಸಂದಾ ಎಕಾಮೆಕಾಕ್ ಎಕ್ ಹೊವ್ನ್ ಜೊಡಲಿ ಹಾತ್ ಅಸೆ ಹರಿ ಎಕ್ ಎಗ್ಳೊ ಭಾಗಾನ್ ಅಪ್ನಾಚೆ ಕಾಮ್ ಕರ್ಲ್ಯಾರ್, ಸಗ್ಳೆ, ಆಂಗುಚ್ ವಾಡ್ತಾ ಅನಿ ಪ್ರೆಮಾಚ್ಯಾ ವೈನಾ ಅಪ್ನಾಕುಚ್ ಗಟ್ಟ್ ಬಾಂಧುನ್ ಘೆತಾ.