Ephesians 4:29 — Compare Translations
7 translations compared side by side
Odia - 1840
"ଯେ ତବେଳେ ତୁମ୍ଭେ କଥାବାର୍ତ୍ତା କର, ସେତବେେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସମାନଙ୍କେୁ ଶକ୍ତିଶାଳୀ କରିବା ପାଇଁ ସାହାୟ୍ଯ କରିପାରୁଥିବ। ଏହାଦ୍ବାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସମାନଙ୍କେର ମଙ୍ଗଳ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଞ୍ଚ ଆବଶ୍ୟକତାନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ ମୁଖରୁ କୁକଥା ନିର୍ଗତ ନ ହେଉ। ତୁମର କଥା ହିତକର, ଗଠନମୂଳକ ଓ କାର୍ଯ୍ୟୋପଯୋଗୀ ହେଉ। ତା’ହେଲେ ଯେଉଁମାନେ ତୁମର କଥା ଶୁଣିବେ, ସେମାନଙ୍କ ପ୍ରତି ତାହା ମଙ୍ଗଳଜନକ ହେବ।
Odia Bible ERV 2004 (ପବିତ୍ର ବାଇବଲ)
ଯେତେବେଳେ ତୁମ୍ଭେ କଥାବାର୍ତ୍ତା କର, ସେତେବେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରି ପାରୁଥିବ। ଏହା ଦ୍ୱାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସେମାନଙ୍କର ମଙ୍ଗଳ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ।
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಚ್ಯಾ ತೊಂಡಾತ್ನಾ ಬುರ್ಶಿ ಗೊಸ್ಟಿಯಾ ಯೆಯ್ ನಸ್ತಾನಾ ರ್ಹಾಂವ್ದಿತ್, ಖರೆ ಎಕ್ವಟ್ಟ್ ಭಾಂದುಕ್ ಅನಿ ಬರ್ಯಾಚಿ ಗೊಸ್ಟಿಯಾ ರಾಲ್ಯಾರ್ ಆಯಿಕ್ತಲ್ಯಾಂಚ್ಯಾ ಬರ್ಯಾಸಾಟಿ ಬೊಲಾ.