Ephesians 6:13 — Compare Translations
7 translations compared side by side
Odia - 1840
"ସେଥିପାଇଁ ପରମେଶ୍ବରଙ୍କର ସମ୍ପୂର୍ଣ୍ଣ ୟୁଦ୍ଧସାଜ ତୁମ୍ଭମାନେେ ପିନ୍ଧିବା ଆବଶ୍ଯକ ଅଟେ। ତବେେ ଯାଇ ମନ୍ଦଶକ୍ତିର ରାଜତ୍ବ ବଳେ ରେ ତୁମ୍ଭେ ଦୃଢ଼ତା ସହକା ରେ ପ୍ରତି ରୋଧ କରି ଅଟଳ ହାଇେ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ଯ ତୁମ୍ଭେ ଅଟଳ ହାଇେ ରହିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହି ପାର, ଏଥିନିମନ୍ତେ ଈଶ୍ଵରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅତଏବ ବର୍ତ୍ତମାନ ଈଶ୍ୱରଦତ୍ତ ଯୁଦ୍ଧସଜ୍ଜା ପରିଧାନ କର; ତା’ହେଲେ ଦୁର୍ଦ୍ଦିନ ସମୟରେ ତୁମ୍ଭେମାନେ ଶତ୍ରୁ ଆକ୍ରମଣକୁ ପ୍ରତିରୋଧ କରିପାରିବ ଓ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ସୁଦ୍ଧା ଅଟଳ ରହିବ।
Odia Bible ERV 2004 (ପବିତ୍ର ବାଇବଲ)
ସେଥିପାଇଁ ପରମେଶ୍ୱରଙ୍କର ସମ୍ପୂର୍ଣ୍ଣ ଯୁଦ୍ଧସାଜ ତୁମ୍ଭେମାନେ ପିନ୍ଧିବା ଆବଶ୍ୟକ ଅଟେ। ତେବେ ଯାଇ ମନ୍ଦଶକ୍ତିର ରାଜତ୍ୱ ବେଳରେ ତୁମ୍ଭେ ଦୃଢ଼ତା ସହକାରେ ପ୍ରତିରୋଧ କରି ଅଟଳ ହୋଇ ରହିପାରିବ। ପ୍ରତିରୋଧ କରିସାରିଲା ପରେ ମଧ୍ୟ ତୁମ୍ଭେ ଅଟଳ ହୋଇ ରହିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥିନିମନ୍ତେ ଈଶ୍ବରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର।
Odia IRV 2017 (ଓଡିଆ ବାଇବେଲ)
ଏଣୁ ତୁମ୍ଭେମାନେ ଯେପରି ଦୁର୍ଦ୍ଦିନରେ ପ୍ରତିରୋଧ କରି ସର୍ବଜୟୀ ହୋଇ ଅଟଳ ରହିପାର, ଏଥି ନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜା ଗ୍ରହଣ କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಹೊವ್ನ್ ತುಮಿ ದೆವಾಚಿ ಸಗ್ಳಿ ಹಾತಿಯಾರಾ ನೆಸುನ್ ಘೆವ್ಚೆ, ತನ್ನಾ ಝಗ್ಡ್ಯಾಂಚ್ಯಾ ದಿಸಾಂತ್ಲೊ ಝಗ್ಡೊ ಫುರಾ ಸರ್ಲ್ಯಾ ಮಾನಾ ಆಕ್ರಿಪತರ್ಬಿ ಘಟ್ ಇಬೆ ರಾವ್ಕ್ ತುಮ್ಕಾ ಹೊತಾ.