Ephesians 6:18 — Compare Translations

7 translations compared side by side

Odia - 1840
"ଆତ୍ମାଙ୍କ ସାହାୟ୍ଯ ରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ବରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସର୍ବପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି ସମସ୍ତ ସାଧୁଙ୍କ ନିମନ୍ତେ ଏକା; ଉଦ୍ୟମ ଓ ନିବେଦନ କରିବାରେ ଜାଗି ରହି ପ୍ରାର୍ଥନା କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱରଙ୍କ ସାହାଯ୍ୟ ଭିକ୍ଷା କରି ପ୍ରାର୍ଥନା ସହ ଏହା ସବୁ କର। ପ୍ରତ୍ୟେକ ପରିସ୍ଥିତିରେ ପବିତ୍ର ଆତ୍ମାଙ୍କ ପରିଚାଳନା ଅନୁଯାୟୀ ପ୍ରାର୍ଥନା କର। ଜାଗ୍ରତ ରୁହ; କେବେ କ୍ଷାନ୍ତ ହୁଅ ନାହିଁ। ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନାରେ ନିବିଷ୍ଟ ରୁହ।
Odia Bible ERV 2004 (ପବିତ୍ର ବାଇବଲ)
ଆତ୍ମାଙ୍କ ସାହାଯ୍ୟରେ ସର୍ବଦା ପ୍ରାର୍ଥନା କର। ସମସ୍ତ ପ୍ରକାରର ପ୍ରାର୍ଥନା କର। ତୁମ୍ଭର ଯାହାକିଛି ଅଭାବ ଥାଏ ତାହା ପାଇଁ ମାଗ। ପ୍ରାର୍ଥନା କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରୁହ ଏବଂ ସେଥିରୁ କ୍ଷାନ୍ତ ହୁଅ ନାହିଁ। ପରମେଶ୍ୱରଙ୍କ ସମସ୍ତ ଲୋକଙ୍କ ଲାଗି ପ୍ରାର୍ଥନା କର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର।
Odia IRV 2017 (ଓଡିଆ ବାଇବେଲ)
ସର୍ବ ପ୍ରକାର ପ୍ରାର୍ଥନା ଓ ନିବେଦନରେ ସର୍ବଦା ଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର, ପୁଣି, ସମସ୍ତ ସାଧୁଙ୍କ ନିମନ୍ତେ ଜାଗି ରହି ପ୍ରାର୍ଥନା କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮಿ ಪವಿತ್ರ್ ಆತ್ಮ್ಯಾಚ್ಯಾ ಮಜ್ಜತಿನ್ ಸಗ್ಳ್ಯಾ ವೆಳಾರ್ಬಿ ದೆವಾಕ್ಡೆ ಮಾಗ್ನೆ ಕರುಂಗೆತ್, ಹರ್ ಎಕ್ ಮಾಗ್ನಿಬಿ ಕರಾ ತುಮ್ಕಾ ಪಾಜೆ ಹೊಲ್ಲೆ ಸಗ್ಳೆ ಮಾಗುನ್ ಘೆವಾ ಮಾಗ್ನೆ ಕರುಕ್ ಕನ್ನಾಬಿ ತಯಾರ್ ಹೊವ್ನ್ ರಾವಾ ಮಾಗ್ನೆ ಕರ್ತಲೆ ಸೊಡುನ್ ದಿವ್‍ನಕಾಸಿ, ದೆವಾಚ್ಯಾ ಲೊಕಾಂಚ್ಯಾ ಸಾಟ್ನಿ ಸಗ್ಳ್ಯಾ ವೆಳಾರ್ಬಿ ಮಾಗ್ನೆ ಕರಾ.