Ephesians 6:9 — Compare Translations

7 translations compared side by side

Odia - 1840
"ହେ ମାଲିକଗଣ! ଠିକ୍ ସହେି ଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ଯବହାର କର। ତାହାଙ୍କୁ ଧମକ ଦଇେ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସହେି ସମାନ ମାଳିକ ଯେ କି ସ୍ବର୍ଗ ରେ ଅଛନ୍ତି। ସହେି ମାଲିକ (ପରମେଶ୍ବର) କୌଣସି ପକ୍ଷପାତ ବିଚାର କରନ୍ତି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ହେ କର୍ତ୍ତାମାନେ, ସେହିପରିଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜ୍ଜନଗର୍ଜ୍ଜନ କରିବାରୁ ନିବୃତ୍ତ ହୁଅ, ସେମାନଙ୍କ ଓ ତୁମ୍ଭମାନଙ୍କ, ଉଭୟଙ୍କର ପ୍ରଭୁ ଯେ ସ୍ଵର୍ଗରେ ଅଛନ୍ତି, ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୁନିବମାନେ, ତୁମର କ୍ରୀତଦାସମାନଙ୍କ ପ୍ରତି ଅନୁରୂପ ବ୍ୟବହାର କର ଓ ସେମାନଙ୍କୁ ଧମକାଅ ନାହିଁ। ମନେରଖ, ତୁମେ ଓ ତୁମର କ୍ରୀତଦାସମାନେ ସମସ୍ତେ ସ୍ୱର୍ଗସ୍ଥ ପ୍ରଭୁଙ୍କର ଅଧୀନ। ସେ ପ୍ରତ୍ୟେକଙ୍କୁ ସମଭାବରେ ବିଚାର କରନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ହେ ମାଲିକଗଣ! ଠିକ୍ ସେହିଭଳି ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କର। ତାହାଙ୍କୁ ଧମକ ଦେଇ ଭୟଭୀତ କଲା ଭଳି କଥା କୁହ ନାହିଁ। ତୁମ୍ଭେ ଜାଣ ଯେ, ତୁମ୍ଭର ଓ ତାହାଙ୍କର ସେହି ସମାନ ମାଳିକ ଯେ କି ସ୍ୱର୍ଗରେ ଅଛନ୍ତି। ସେହି ମାଲିକ (ପରମେଶ୍ୱର) କୌଣସି ପକ୍ଷପାତ ବିଗ୍ଭର କରନ୍ତି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ; ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି; ପୁଣି ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ।
Odia IRV 2017 (ଓଡିଆ ବାଇବେଲ)
ଆଉ ହେ କର୍ତ୍ତାମାନେ, ସେହିପରି ଭାବେ ସେମାନଙ୍କ ପ୍ରତି ବ୍ୟବହାର କର, ତର୍ଜନଗର୍ଜନ କରିବାରୁ ନିବୃତ୍ତ ହୁଅ; ସମସ୍ତଙ୍କର ପ୍ରଭୁ ଯେ ସ୍ୱର୍ଗରେ ଅଛନ୍ତି; ପୁଣି, ତାହାଙ୍କ ନିକଟରେ କୌଣସି ମୁଖାପେକ୍ଷା ନାହିଁ, ଏହା ଜାଣ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಯಜಮಾನಾನು, ತಸೆಚ್ ತುಮಿಬಿ ತುಮ್ಚ್ಯಾ ಸೆವಾಕಾಕ್ನಿ ಬರಿ ಮಾನ್ಸಾ ಹೊವ್ನ್ ರಾವಾ, ತೆಂಕಾ ಭಿಂಯೆ ಕರಿಸಾರ್ಕೆ ಬೊಲುನಕಾಸಿ, ತುಮ್ಕಾಬಿ, ಅನಿ ತೆಂಕಾಬಿ ರಾಜಾ ಹೊಲ್ಲೊ ಹೊತ್ತೊ ಸರ್‍ಗಾತ್ ಹಾಯ್ ಮನ್ತಲೆ ತುಮ್ಕಾ ಗೊತ್ತ್ ಹಾಯ್, ತೊ ಹರ್ ಎಕ್ಲ್ಯಾಕ್ಬಿ ಮೊಟೊ ಬಾರಿಕ್ ಮನುನ್ ಬಗಿನಸ್ತಾನಾ ಝುಡ್ತಿ ಕರ್ತಾ.