Exodus 1:11 — Compare Translations

5 translations compared side by side

Odia - 1840
"ମିଶରୀଯ ଲୋକମାନେ ସମାନଙ୍କେୁ କଠିନ ପରିଶ୍ରମ ଦ୍ବାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀଯମାନେ ସମାନଙ୍କେ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠା ରେ ଫାରୋ ଖାଦ୍ୟ ଶସ୍ଯ ରଖୁଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ସେମାନେ ଭାରବହନ ଦ୍ଵାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି ସେମାନଙ୍କ ଦ୍ଵାରା ଫାରୋଙ୍କ ନିମନ୍ତେ ଭଣ୍ତାରର ନଗର, ଅର୍ଥାତ୍,ପିଥୋମ୍ ଓ ରାମିଷେଷ୍ ନିର୍ମାଣ କରାଇଲେ ।
Odia Bible ERV 2004 (ପବିତ୍ର ବାଇବଲ)
ମିଶରୀୟ ଲୋକମାନେ ସେମାନଙ୍କୁ କଠିନ ପରିଶ୍ରମ ଦ୍ୱାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀୟମାନେ ସେମାନଙ୍କ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିଯୁକ୍ତି ଦେଲେ। ସେମାନେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠାରେ ଫାରୋ ଖାଦ୍ୟ ଶସ୍ୟ ରଖୁଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ସେମାନେ ଭାର ବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍‍, ପିଥୋମ୍‍ ଓ ରାମିଷେଷ୍‍ ନିର୍ମାଣ କରାଇଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ସେମାନେ ଭାରବହନ ଦ୍ୱାରା ସେମାନଙ୍କୁ କ୍ଳେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ, ପୁଣି, ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର, ଅର୍ଥାତ୍‍, ପିଥୋମ୍‍ ଓ ରାମିଷେଷ୍‍ ନିର୍ମାଣ କରାଇଲେ।