Exodus 18:8 — Compare Translations

5 translations compared side by side

Odia - 1840
"ସଦାପ୍ରଭୁ ତାଙ୍କର ଇଶ୍ରାୟେଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସହେି ସମସ୍ତ ବିଷଯ ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ। ମାଶାେ ମଧ୍ଯ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧ ରେ ଇଶ୍ରାୟେଲ ନିମନ୍ତେ ଯାହା କରିଥିଲେ, ସମାନେେ ରାସ୍ତା ରେ ସମ୍ମୁଖୀନ ହାଇେଥିବା କଠିନତା ବିଷଯ କହିଲେ। ଏବଂ କିପରି ସଦାପ୍ରଭୁ ସମାନଙ୍କେୁ ରକ୍ଷା କରିଛନ୍ତି ତାହା ମାଶାେ ତାଙ୍କ ଶ୍ବଶୁରଙ୍କୁ କହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ସଦାପ୍ରଭୁ ଇସ୍ରାଏଲ ଲାଗି ଫାରୋଙ୍କ ପ୍ରତି ଓ ମିସ୍ରୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେସବୁ କ୍ଳେଶ ଘଟିଅଛି ଓ ସଦାପ୍ରଭୁ ଯେପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତା; ମୋଶା ଆପଣା ଶ୍ଵଶୁରଙ୍କୁ ଜଣାଇଲେ ।
Odia Bible ERV 2004 (ପବିତ୍ର ବାଇବଲ)
ସଦାପ୍ରଭୁ ତାଙ୍କର ଇସ୍ରାଏଲୀୟ ଲୋକଙ୍କ ପାଇଁ ଯାହାସବୁ କରିଥିଲେ, ସେହି ସମସ୍ତ ବିଷୟ ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ। ମୋଶା ମଧ୍ୟ କହିଲେ, ସଦାପ୍ରଭୁ ମିଶର ଓ ରାଜା ଫାରୋଙ୍କ ବିରୁଦ୍ଧରେ ଇସ୍ରାଏଲ ନିମନ୍ତେ ଯାହା କରିଥିଲେ, ସେମାନେ ରାସ୍ତାରେ ସମ୍ମୁଖୀନ ହୋଇଥିବା କଠିନତା ବିଷୟ କହିଲେ। ଏବଂ କିପରି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିଛନ୍ତି ତାହା ମୋଶା ତାଙ୍କ ଶ୍ୱଶୁରଙ୍କୁ କହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ଫାରୋଙ୍କ ପ୍ରତି ଓ ମିସରୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେସବୁ କ୍ଳେଶ ଘଟିଅଛି ଓ ସଦାପ୍ରଭୁ ଯେପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତାନ୍ତ ମୋଶା ଆପଣା ଶ୍ୱଶୁରଙ୍କୁ ଜଣାଇଲେ।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ସଦାପ୍ରଭୁ ଇସ୍ରାଏଲ ନିମନ୍ତେ ଫାରୋଙ୍କ ପ୍ରତି ଓ ମିସ୍ରୀୟମାନଙ୍କ ପ୍ରତି ଯାହା ଯାହା କରିଅଛନ୍ତି, ପଥରେ ସେମାନଙ୍କ ପ୍ରତି ଯେସବୁ କ୍ଳେଶ ଘଟିଅଛି ଓ ସଦାପ୍ରଭୁ ଯେପ୍ରକାରେ ସେମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହିସବୁ ବୃତ୍ତାନ୍ତ ମୋଶା ଆପଣା ଶ୍ୱଶୁରଙ୍କୁ ଜଣାଇଲେ।