Exodus 2:14 — Compare Translations
5 translations compared side by side
Odia - 1840
"ସହେି ଲୋକ ଜଣକ ଉତ୍ତର ଦଲୋ, କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଚାରକର୍ତ୍ତା କରି ନିୟୁକ୍ତ କରିଅଛି? ତୁମ୍ଭେ ସହେି ମିଶରୀଯ ଲୋକଟିକୁ ବଧ କଲା ପରି ମାେତେ ବଧ କରିବା ପାଇଁ ଯୋଜନା କରୁଛ କି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ସେ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ରାଜା ଓ ବିଚାରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ଯେପରି ସେହି ମିସ୍ରୀୟ ଲୋକକୁ ବଧ କଲ, ସେହିପରି କି ମୋତେ ବଧ କରିବାକୁ ପାଞ୍ଚୁଅଛ? ତହିଁରେ ମୋଶା ଭୟ ପାଇ କହିଲେ, ଏ କଥା ଅବଶ୍ୟ ପ୍ରକାଶିତ ହୋଇଅଛି ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ଲୋକ ଜଣକ ଉତ୍ତର ଦେଲା, “କିଏ ତୁମ୍ଭକୁ ଆମ୍ଭମାନଙ୍କର ଶାସକ ଓ ବିଗ୍ଭରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ସେହି ମିଶରୀୟ ଲୋକଟିକୁ ବଧ କଲା ପରି ମୋତେ ବଧ କରିବା ପାଇଁ ଯୋଜନା କରୁଛ କି?” ତହିଁରେ ମୋଶା ଭୟଭୀତ ହେଲେ। ମୋଶା ନିଜକୁ ନିଜେ ଚିନ୍ତା କଲେ, “ଏକଥା ପ୍ରାୟ ସମସ୍ତେ ଜାଣିଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ସେ କହିଲା, “କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ରାଜା ଓ ବିଚାରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ଯେପରି ସେହି ମିସରୀୟ ଲୋକକୁ ବଧ କଲ, ସେହିପରି କି ମୋତେ ବଧ କରିବାକୁ ଚାହୁଁଅଛ?” ତହିଁରେ ମୋଶା ଭୟଭୀତ ହୋଇ କହିଲେ, “ଏ କଥା ଅବଶ୍ୟ ପ୍ରକାଶିତ ହୋଇଅଛି।”
Odia IRV 2017 (ଓଡିଆ ବାଇବେଲ)
ତହିଁରେ ସେ କହିଲା, “କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ରାଜା ଓ ବିଚାରକର୍ତ୍ତା କରି ନିଯୁକ୍ତ କରିଅଛି?” ତୁମ୍ଭେ ଯେପରି ସେହି ମିସ୍ରୀୟ ଲୋକକୁ ବଧ କଲ, ସେହିପରି କି ମୋତେ ବଧ କରିବାକୁ ଚାହୁଁଛ? ତହିଁରେ ମୋଶା ଭୟଭୀତ ହୋଇ କହିଲେ, “ଏ କଥା ଅବଶ୍ୟ ପ୍ରକାଶିତ ହୋଇଅଛି।”