Exodus 31:13 — Compare Translations

5 translations compared side by side

Odia - 1840
"ଏହିକଥା ଇଶ୍ରାୟେଲ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ମାରେ ବିଶ୍ରାମ ଦିନ ପାଳନ କରିବା ଉଚିତ୍। ଯେଉଁଥିପାଇଁ ତୁମ୍ଭମାନେେ ଜାଣି ପାରିବ ଯେ ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ୟିଏ ତୁମ୍ଭମାନଙ୍କୁ ପବିତ୍ର କରନ୍ତି। ଏହା ପୁରୁଷାନୁକ୍ରମେ ମୁଁ ଓ ତୁମ୍ଭମାନଙ୍କ ମଧିଅରେ ଏକ ଚିହ୍ନ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେ ଆହୁରି ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କୁହ, ନିଶ୍ଚୟ ତୁମ୍ଭେମାନେ ଆମ୍ଭର ବିଶ୍ରାମଦିନ ପାଳନ କରିବ; ଯେହେତୁ ଆମ୍ଭେ ଯେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ ।
Odia Bible ERV 2004 (ପବିତ୍ର ବାଇବଲ)
“ଏହି କଥା ଇସ୍ରାଏଲ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ମୋର ବିଶ୍ରାମ ଦିନ ପାଳନ କରିବା ଉଚିତ୍। ଯେଉଁଥିପାଇଁ ତୁମ୍ଭେମାନେ ଜାଣି ପାରିବ ଯେ ମୁଁ ତୁମ୍ଭମାନଙ୍କର ସଦାପ୍ରଭୁ ଯିଏ ତୁମ୍ଭମାନଙ୍କୁ ପବିତ୍ର କରନ୍ତି। ଏହା ପୁରୁଷାନୁକ୍ରମେ ମୁଁ ଓ ତୁମ୍ଭମାନଙ୍କ ମଧ୍ୟରେ ଏକ ଚିହ୍ନ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
“ତୁମ୍ଭେ ଆହୁରି ଇସ୍ରାଏଲ-ସନ୍ତାନଗଣକୁ ଏହି କଥା କୁହ, ‘ନିଶ୍ଚୟ ତୁମ୍ଭେମାନେ ଆମ୍ଭର ବିଶ୍ରାମବାର ପାଳନ କରିବ; ଯେହେତୁ ଆମ୍ଭେ ଯେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ।
Odia IRV 2017 (ଓଡିଆ ବାଇବେଲ)
“ତୁମ୍ଭେ ଆହୁରି ଇସ୍ରାଏଲ ସନ୍ତାନଗଣକୁ ଏହି କଥା କୁହ, ନିଶ୍ଚୟ ତୁମ୍ଭେମାନେ ଆମ୍ଭର ବିଶ୍ରାମଦିନ ପାଳନ କରିବ; ଯେହେତୁ ଆମ୍ଭେ ଯେ ତୁମ୍ଭମାନଙ୍କର ପବିତ୍ରକାରୀ ସଦାପ୍ରଭୁ, ଏହା ଯେପରି ତୁମ୍ଭେମାନେ ଜାଣିବ, ଏଥିପାଇଁ ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଆମ୍ଭ ଓ ତୁମ୍ଭମାନଙ୍କ ମଧ୍ୟରେ ତାହା ଏକ ଚିହ୍ନ ହେବ।