Exodus 33:8 — Compare Translations
5 translations compared side by side
Odia - 1840
"ମାଶାେ ବାହାର ହାଇେ ତମ୍ବୁ ନିକଟକୁ ଗଲା ସମୟରେ ସମସ୍ତ ଲୋକେ ଉଠି ନିଜ ନିଜ ତମ୍ବୁ ବାହା ରେ ଠିଆ ହେଲେ, ଆଉ ଯେପର୍ୟ୍ଯନ୍ତ ମାଶାେ ସହେି ସମାଗମ ତମ୍ବୁ ରେ ପ୍ରବେଶ ନକଲେ, ସପେର୍ୟ୍ଯନ୍ତ ସମାନେେ ତାଙ୍କ ପଥକୁ ଅନାଇ ରହିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଏପରି ଘଟିଲା ଯେ, ମୋଶା ବାହାର ହୋଇ ସେହି ତମ୍ଵୁ ନିକଟକୁ ଯିବା ବେଳେ ସମସ୍ତ ଲୋକ ଉଠି ଆପଣା ଆପଣା ତମ୍ଵୁ ଦ୍ଵାରରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ତମ୍ଵୁରେ ପ୍ରବେଶ ନ କଲେ, ସେପର୍ଯ୍ୟନ୍ତ ସେମାନେ ତାଙ୍କର ପଶ୍ଚାତ୍ ଅନାଇ ରହିଲେ ।
Odia Bible ERV 2004 (ପବିତ୍ର ବାଇବଲ)
ମୋଶା ବାହାର ହୋଇ ତମ୍ବୁ ନିକଟକୁ ଯିବା ସମୟରେ ସମସ୍ତ ଲୋକେ ଉଠି ନିଜ ନିଜ ତମ୍ବୁ ବାହାରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ସମାଗମ-ତମ୍ବୁରେ ପ୍ରବେଶ ନ କଲେ, ସେପର୍ଯ୍ୟନ୍ତ ସେମାନେ ତାଙ୍କ ପଥକୁ ଅନାଇ ରହିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଏପରି ଘଟିଲା ଯେ, ମୋଶା ବାହାର ହୋଇ ସେହି ତମ୍ବୁ ନିକଟକୁ ଯିବା ସମୟରେ ସମସ୍ତ ଲୋକ ଉଠି ଆପଣା ଆପଣା ତମ୍ବୁ ଦ୍ୱାରରେ ଠିଆ ହେଲେ, ଆଉ ଯେପର୍ଯ୍ୟନ୍ତ ମୋଶା ସେହି ତମ୍ବୁରେ ପ୍ରବେଶ କଲେ ନାହିଁ, ସେପର୍ଯ୍ୟନ୍ତ ସେମାନେ ତାଙ୍କର ପଶ୍ଚାତ୍ ଅନାଇ ରହିଲେ।
Odia IRV 2017 (ଓଡିଆ ବାଇବେଲ)