Exodus 4:31 — Compare Translations

5 translations compared side by side

Odia - 1840
"ଲୋକମାନେ ମଧ୍ଯ ବିଶ୍ବାସ କଲେ ଯେ ପରମେଶ୍ବର ମାଶାଙ୍କେୁ ପଠାଇଛନ୍ତି। ଯେତବେେଳେ ଇଶ୍ରାୟେଲୀୟମାନେ ଶୁଣିଲେ ଯେ, ପରମେଶ୍ବର ସମାନଙ୍କେର ଅସୁବିଧା ଦେଖିଛନ୍ତି ଏବଂ ସମାନଙ୍କେ ପାଇଁ ଦୁଃଖ କଲେ। ସମାନେେ ତାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଲୋକମାନେ ପ୍ରତ୍ୟୟ କଲେ, ପୁଣି ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣର ତତ୍ତ୍ଵାବଧାନ କରିସେମାନଙ୍କ ଦୁଃଖ ଦେଖିଅଛନ୍ତି, ଏହା ବୁଝି ସେମାନେ ତାହାଙ୍କୁ ପ୍ରଣାମ କରି ଭଜନା କଲେ⇧ ।
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନେ ମଧ୍ୟ ବିଶ୍ୱାସ କଲେ ଯେ ପରମେଶ୍ୱର ମୋଶାଙ୍କୁ ପଠାଇଛନ୍ତି। ଯେତେବେଳେ ଇସ୍ରାଏଲୀୟମାନେ ଶୁଣିଲେ ଯେ, ପରମେଶ୍ୱର ସେମାନଙ୍କର ଅସୁବିଧା ଦେଖିଛନ୍ତି ଏବଂ ସେମାନଙ୍କ ପାଇଁ ଦୁଃଖ କଲେ। ସେମାନେ ତାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଲୋକମାନେ ବିଶ୍ୱାସ କଲେ, ପୁଣି, ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣର ତତ୍ତ୍ୱାବଧାନ କରି ସେମାନଙ୍କ ଦୁଃଖ ଦେଖିଅଛନ୍ତି, ଏହା ଶୁଣି ସେମାନେ ତାହାଙ୍କୁ ମସ୍ତକ ନତ କରି ଉପାସନା କଲେ।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଲୋକମାନେ ବିଶ୍ୱାସ କଲେ, ପୁଣି, ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣର ତତ୍ତ୍ୱାବଧାନ କରି ସେମାନଙ୍କ ଦୁଃଖ ଦେଖିଅଛନ୍ତି, ଏହା ଶୁଣି ସେମାନେ ତାହାଙ୍କୁ ମସ୍ତକ ନତ କରି ଉପାସନା କଲେ।