Exodus 8:21 — Compare Translations

5 translations compared side by side

Odia - 1840
"ଯଦି ତୁମ୍ଭେ ମାରେ ଲୋକମାନଙ୍କୁ ୟିବାକୁ ନଦିଅ ତବେେ ମାଛିମାନଙ୍କ ଦ୍ବାରା ତୁମ୍ଭର ଗୃହ ପରିପୂର୍ଣ୍ଣ ହବେ। ଏବଂ ମାଛିମାନେ ତୁମ୍ଭ ଉପରେ, ତୁମ୍ଭର ଲୋକମାନଙ୍କ ଉପରେ, ତୁମ୍ଭର କର୍ମଚାରୀମାନଙ୍କ ଉପରେ ବ୍ଯାପିଯିବେ। ମିଶରର ସମସ୍ତ ଗୃହ ମାଛି ରେ ପରିପୂର୍ଣ୍ଣ ହବେ। ଏବଂ ମାଛିମାନଙ୍କ ଦ୍ବାରା ମଧ୍ଯଭୂମି ପରିପୂର୍ଣ୍ଣ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି ଯେବେ ଆମ୍ଭ ଲୋକମାନଙ୍କୁ ଛାଡ଼ି ନ ଦେବ, ତେବେ ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ଗୃହ ଭିତରେ ଏପରି ଦଂଶକାଦିର ଝାଙ୍କ ପଠାଇବା ଯେ, ତଦ୍ଦ୍ଵାରା ମିସ୍ରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ ।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ତୁମ୍ଭେ ମୋର ଲୋକମାନଙ୍କୁ ଯିବାକୁ ନ ଦିଅ ତେବେ ମାଛିମାନଙ୍କ ଦ୍ୱାରା ତୁମ୍ଭର ଗୃହ ପରିପୂର୍ଣ୍ଣ ହେବ। ଏବଂ ମାଛିମାନେ ତୁମ୍ଭ ଉପରେ, ତୁମ୍ଭର ଲୋକମାନଙ୍କ ଉପରେ, ତୁମ୍ଭର କର୍ମଗ୍ଭରୀମାନଙ୍କ ଉପରେ ବ୍ୟାପିଯିବେ। ମିଶରର ସମସ୍ତ ଗୃହ ମାଛିରେ ପରିପୂର୍ଣ୍ଣ ହେବ। ଏବଂ ମାଛିମାନଙ୍କ ଦ୍ୱାରା ମଧ୍ୟ ଭୂମି ପରିପୂର୍ଣ୍ଣ ହେବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ଯଦି ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେବ, ତେବେ ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ଗୃହ ଭିତରେ ଏପରି ଦଂଶକାଦିର ଝିଙ୍କ ପଠାଇବା ଯେ, ତଦ୍ଦ୍ୱାରା ମିସରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ଯଦି ଆମ୍ଭ ଲୋକମାନଙ୍କୁ ଯିବାକୁ ନ ଦେବ, ଯଦି ଆମ୍ଭେ ତୁମ୍ଭ ଉପରେ ଓ ତୁମ୍ଭ ଦାସମାନଙ୍କ ଉପରେ ଓ ତୁମ୍ଭ ଲୋକମାନଙ୍କ ଉପରେ ଓ ତୁମ୍ଭ ଗୃହ ଭିତରେ ଏପରି ଦଂଶକାଦିର ଝିଙ୍କ ପଠାଇବା ଯେ, ତଦ୍ଦ୍ୱାରା ମିସ୍ରୀୟମାନଙ୍କ ଗୃହ ଓ ବାସଭୂମି ପରିପୂର୍ଣ୍ଣ ହେବ।