Ezekiel 20:39 — Compare Translations
5 translations compared side by side
Odia - 1840
"ହେ ଇଶ୍ରାୟେଲର ଭବିଷ୍ଯତ୍ ବଂଶଧରଗଣ! ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି, ତୁମ୍ଭମାନେେ ଯଦି ମାେ ନିର୍ଦ୍ଦଶେ ପ୍ରତି ଧ୍ଯାନ ନ ଦିଅ, ୟାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭମାନେେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ବାରା ମାରେ ପବିତ୍ର ନାମକୁ ନଷ୍ଟ କରିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଇସ୍ରାଏଲ-ବଂଶ, ପ୍ରଭୁ ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହି କଥା କହନ୍ତି; ତୁମ୍ଭେମାନେ ଯେବେ ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ, ତେବେ ତୁମ୍ଭେମାନେ ପ୍ରତ୍ୟେକେ ଯାଇ ଏବେ ଓ ଏଥି ଉତ୍ତାରେ ମଧ୍ୟ ଆପଣା ଆପଣା ପ୍ରତିମାଗଣର ସେବା କର; ମାତ୍ର ତୁମ୍ଭେମାନେ ଆପଣାମାନଙ୍କର ଉପହାର ଓ ପ୍ରତିମାଗଣ ଦ୍ଵାରା ଆମ୍ଭର ପବିତ୍ର ନାମ ଆଉ ଅପବିତ୍ର କରିବ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ହେ ଇସ୍ରାଏଲର ଭବିଷ୍ୟଦ୍ ବଂଶଧରଗଣ! ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଯଦି ମୋ’ ନିର୍ଦ୍ଦେଶ ପ୍ରତି ଧ୍ୟାନ ନ ଦିଅ, ଯାଅ ଓ ତୁମ୍ଭର ମୂର୍ତ୍ତିଗୁଡ଼ିକର ପୂଜା କର। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କର ଉପହାର ଓ ମୂର୍ତ୍ତିଗୁଡ଼ିକ ଦ୍ୱାରା ମୋର ପବିତ୍ର ନାମକୁ ନଷ୍ଟ କରିବ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଇସ୍ରାଏଲ ବଂଶ, ପ୍ରଭୁ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହି କଥା କହନ୍ତି; ତୁମ୍ଭେମାନେ ଯଦି ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ, ତେବେ ତୁମ୍ଭେମାନେ ପ୍ରତ୍ୟେକେ ଯାଇ ଏବେ ଓ ଏଥିଉତ୍ତାରେ ମଧ୍ୟ ଆପଣା ଆପଣା ପ୍ରତିମାଗଣର ସେବା କର; ମାତ୍ର ତୁମ୍ଭେମାନେ ଆପଣାମାନଙ୍କର ଉପହାର ଓ ପ୍ରତିମାଗଣ ଦ୍ୱାରା ଆମ୍ଭର ପବିତ୍ର ନାମ ଆଉ ଅପବିତ୍ର କରିବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ହେ ଇସ୍ରାଏଲ ବଂଶ, ପ୍ରଭୁ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷୟରେ ଏହି କଥା କହନ୍ତି; “ତୁମ୍ଭେମାନେ ଯଦି ଆମ୍ଭ ବାକ୍ୟରେ ମନୋଯୋଗ ନ କରିବ, ତେବେ ତୁମ୍ଭେମାନେ ପ୍ରତ୍ୟେକେ ଯାଇ ଏବେ ଓ ଏଥିଉତ୍ତାରେ ମଧ୍ୟ ଆପଣା ଆପଣା ପ୍ରତିମାଗଣର ସେବା କର; ମାତ୍ର ତୁମ୍ଭେମାନେ ଆପଣାମାନଙ୍କର ଉପହାର ଓ ପ୍ରତିମାଗଣ ଦ୍ୱାରା ଆମ୍ଭର ପବିତ୍ର ନାମ ଆଉ ଅପବିତ୍ର କରିବ ନାହିଁ।”