Ezekiel 32:24 — Compare Translations
5 translations compared side by side
Odia - 1840
"ଏଲମ ଓ ତା'ର ଲୋକମାନେ ସଠାେ ରେ ଅଛନ୍ତି, ସମାନେେ ସମସ୍ତେ ୟୁଦ୍ଧ ରେ ଖଣ୍ଡା ଦ୍ବାରା ହତ ହାଇେଛନ୍ତି। ସମାନଙ୍କେର କବରଗୁଡ଼ିକ ଏହାର ଚତୁର୍ଦ୍ଦିଗ ରେ ଅଛି। ଆଉ ସମାନଙ୍କେ କବରର ଚତୁର୍ଦ୍ଦିଗ ରେ ତା'ର ସମସ୍ତ ଜନସମାଜ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥା ରେ ଭୟ ସୃଷ୍ଟି କରୁଥିଲେ, ଅସୁନ୍ନତ ଅବସ୍ଥା ରେ କବରକୁ ୟାଇଛନ୍ତି। ସମାନେେ ଅନ୍ୟମାନଙ୍କ ସହିତ ସମାନଙ୍କେର ଅପମାନ ଭୋଗ କରିଅଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେସ୍ଥାନରେ ଏଲମ ଓ ତାହାର କବରର ଚତୁର୍ଦ୍ଦିଗରେ ତାହାର ସମସ୍ତ ଲୋକାରଣ୍ୟ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ, ସେସମସ୍ତେ ହତ, ଖଡ଼୍ଗ ଦ୍ଵାରା ପତିତ ହୋଇ ଅସୁନ୍ନତ ଅବସ୍ଥାରେ ଅଧୋଭୁବନକୁ ଓହ୍ଲାଇ ଯାଇଅଛନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କ ଅପମାନ ଭୋଗ କରିଅଛନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
“ଏଲମ ଓ ତା’ର ଲୋକମାନେ ସେଠାରେ ଅଛନ୍ତି, ସେମାନେ ସମସ୍ତେ ଯୁଦ୍ଧରେ ଖଣ୍ଡା ଦ୍ୱାରା ହତ ହୋଇଛନ୍ତି। ସେମାନଙ୍କର କବରଗୁଡ଼ିକ ଏହାର ଚତୁର୍ଦ୍ଦିଗରେ ଅଛି। ଆଉ ସେମାନଙ୍କ କବରର ଚତୁର୍ଦ୍ଦିଗରେ ତା’ର ସମସ୍ତ ଜନସମାଜ ଅଛନ୍ତି। ଯେଉଁମାନେ ଜୀବିତାବସ୍ଥାରେ ଭୟ ସୃଷ୍ଟି କରୁଥିଲେ, ଅସୁନ୍ନତ ଅବସ୍ଥାରେ କବରକୁ ଯାଇଛନ୍ତି। ସେମାନେ ଅନ୍ୟମାନଙ୍କ ସହିତ ସେମାନଙ୍କର ଅପମାନ ଭୋଗ କରିଅଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ସ୍ଥାନରେ ଏଲମ୍ ଓ ତାହାର କବରର ଚତୁର୍ଦ୍ଦିଗରେ ତାହାର ସମସ୍ତ ଲୋକସମୂହ ଅଛି; ଯେଉଁମାନେ ଜୀବିତମାନଙ୍କ ଦେଶରେ ଭୟ ଜନ୍ମାଇଲେ, ସେମାନେ ସମସ୍ତେ ହତ, ଖଡ୍ଗ ଦ୍ୱାରା ପତିତ ହୋଇ ଅସୁନ୍ନତ ଅବସ୍ଥାରେ ଅଧୋଭୁବନକୁ ଓହ୍ଲାଇ ଯାଇଅଛନ୍ତି ଓ ଗର୍ତ୍ତଗାମୀମାନଙ୍କ ସହିତ ଆପଣାମାନଙ୍କ ଅପମାନ ଭୋଗ କରିଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)