Ezekiel 33:12 — Compare Translations
5 translations compared side by side
Odia - 1840
" ହେ ମନୁଷ୍ଯପୁତ୍ର, ତୁମ୍ଭର ଲୋକମାନଙ୍କୁ କୁହ, 'ଧାର୍ମିକମାନଙ୍କର ପୁଣ୍ଯ ସଦେିନ ତାକୁ ରକ୍ଷା କରିପାରିବ ନାହିଁ, ଯେତବେେଳେ ସେ ପାପ କରେ। ଏବଂ ଦୁଷ୍ଟ ଲୋକର ଦୁଷ୍ଟ ସ୍ବଭାବ ତା'ର ପତନର କାରଣ ହବେ ନାହିଁ ଯେତବେେଳେ ସେ ଠିକ୍ କାର୍ୟ୍ଯ କରିବାକୁ ଆରମ୍ଭ କରେ। ଏବଂ ଯେଉଁଦିନ ଦୁଷ୍ଟ ଲୋକଟି ତା'ର ପାପରୁ ନିବୃତ ହବେ, ସେ ତା'ର ପାପ ପାଇଁ ଆଉ ୟନ୍ତ୍ରଣା ଭୋଗ କରିବ ନାହିଁ। ଏବଂ ଠିକ୍ ସହେିପରି ଜଣେ ଧାର୍ମିକ ଲୋକ ପାପ କରେ, ତବେେ ତାକୁ ତା'ର ଅତୀତର ଧାର୍ମିକତା ୟୋଗୁଁ ବଞ୍ଚିବାକୁ ଅନୁମତି ଦିଆୟିବ ନାହିଁ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଲୋକଙ୍କ ସନ୍ତାନଗଣକୁ କୁହ, ଧାର୍ମିକର ଧାର୍ମିକତା ତାହାର ଆଜ୍ଞା ଲଘଂନ କରିବା ଦିନ ତାହାକୁ ରକ୍ଷା କରିବ ନାହିଁ ଓ ଯେଉଁ ଦିନ ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରେ, ସେଦିନ ସେ ଆପଣା ଦୁଷ୍ଟତା ଦ୍ଵାରା ପତିତ ହେବ ନାହିଁ; କିଅବା ଧାର୍ମିକ ଲୋକ ଯେଉଁ ଦିନ ପାପ କରେ, ସେଦିନ ସେ ଆପଣା ଧାର୍ମିକତା ଦ୍ଵାରା ବଞ୍ଚି ପାରିବ ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
“ହେ ମନୁଷ୍ୟପୁତ୍ର, ତୁମ୍ଭର ଲୋକମାନଙ୍କୁ କୁହ, ‘ଧାର୍ମିକମାନଙ୍କର ପୁଣ୍ୟ ସେଦିନ ତାକୁ ରକ୍ଷା କରି ପାରିବ ନାହିଁ, ଯେତେବେଳେ ସେ ପାପ କରେ। ଏବଂ ଦୁଷ୍ଟ ଲୋକର ଦୁଷ୍ଟ ସ୍ୱଭାବ ତା’ର ପତନର କାରଣ ହେବ ନାହିଁ ଯେତେବେଳେ ସେ ଠିକ୍ କାର୍ଯ୍ୟ କରିବାକୁ ଆରମ୍ଭ କରେ। ଏବଂ ଯେଉଁ ଦିନ ଦୁଷ୍ଟ ଲୋକଟି ତା’ର ପାପରୁ ନିବୃତ୍ତ ହେବ, ସେ ତା’ର ପାପ ପାଇଁ ଆଉ ଯନ୍ତ୍ରଣା ଭୋଗ କରିବ ନାହିଁ। ଏବଂ ଠିକ୍ ସେହିପରି ଜଣେ ଧାର୍ମିକ ଲୋକ ପାପ କରେ, ତେବେ ତାକୁ ତା’ର ଅତୀତର ଧାର୍ମିକତା ଯୋଗୁଁ ବଞ୍ଚିବାକୁ ଅନୁମତି ଦିଆଯିବ ନାହିଁ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଲୋକଙ୍କ ସନ୍ତାନଗଣକୁ କୁହ, ଧାର୍ମିକର ଧାର୍ମିକତା ତାହାର ଆଜ୍ଞାଲଙ୍ଘନ କରିବା ଦିନ ତାହାକୁ ରକ୍ଷା କରିବ ନାହିଁ ଓ ଯେଉଁ ଦିନ ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରେ, ସେହି ଦିନ ସେ ଆପଣା ଦୁଷ୍ଟତା ଦ୍ୱାରା ପତିତ ହେବ ନାହିଁ; କିଅବା ଧାର୍ମିକ ଲୋକ ଯେଉଁ ଦିନ ପାପ କରେ, ସେହି ଦିନ ସେ ଆପଣା ଧାର୍ମିକତା ଦ୍ୱାରା ବଞ୍ଚି ପାରିବ ନାହିଁ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଲୋକଙ୍କ ସନ୍ତାନଗଣକୁ କୁହ, ଧାର୍ମିକର ଧାର୍ମିକତା ତାହାର ଆଜ୍ଞା ଲଘଂନ କରିବା ଦିନ ତାହାକୁ ରକ୍ଷା କରିବ ନାହିଁ ଓ ଯେଉଁ ଦିନ ଦୁଷ୍ଟ ଲୋକ ଆପଣା ଦୁଷ୍ଟତାରୁ ଫେରେ, ସେହି ଦିନ ସେ ଆପଣା ଦୁଷ୍ଟତା ଦ୍ୱାରା ପତିତ ହେବ ନାହିଁ; କିଅବା ଧାର୍ମିକ ଲୋକ ଯେଉଁ ଦିନ ପାପ କରେ, ସେହି ଦିନ ସେ ଆପଣା ଧାର୍ମିକତା ଦ୍ୱାରା ବଞ୍ଚି ପାରିବ ନାହିଁ।