Ezekiel 36:4 — Compare Translations

5 translations compared side by side

Odia - 1840
"ଏଣୁ ହେ ଇଶ୍ରାୟେଲର ପର୍ବତଗଣ, ପ୍ରଭୁ ସଦାପ୍ରଭୁଙ୍କର ବାକ୍ଯ ଶୁଣ, ଇଶ୍ରାୟେଲର ପର୍ବତଗଣକୁ, ଉପପର୍ବତମାନଙ୍କୁ, ଜଳପ୍ରବାହଗୁଡ଼ିକୁ, ଉପତ୍ୟକାମାନଙ୍କୁ, ଧ୍ବଂସ ଶୂନ୍ଯ ସ୍ଥାନଗୁଡ଼ିକୁ, ପରିତ୍ଯପ୍ତ ଓ ଲୁଣ୍ଠିତ ନଗରଗୁଡ଼ିକୁ ଓ ଯେଉଁମାନେ ଅନ୍ୟ ଜାତିମାନଙ୍କ ଦ୍ବାରା ପରିବେଷ୍ଟିତ ହାଇେ ଉପହାସିତ ହାଇେଛନ୍ତି, ମାରେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହେତୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ; ଇସ୍ରାଏଲର ଯେସକଳ ପର୍ବତ ଓ ଉପ-ପର୍ବତଗଣ, ଜଳପ୍ରବାହ ଓ ଉପତ୍ୟକାସକଳ, ଧ୍ଵଂସ ଶୂନ୍ୟସ୍ଥାନସକଳ ଓ ତ୍ୟକ୍ତ ନଗରସମୂହ, ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀୟମାନଙ୍କର ଅବଶିଷ୍ଟାଂଶର ପ୍ରତି ଲୁଟଦ୍ରବ୍ୟ ଓ ହାସ୍ୟାସ୍ପଦ ହୋଇଅଛି, ସେସବୁକୁ ସଦାପ୍ରଭୁ ଏହି କଥା କହନ୍ତି;
Odia Bible ERV 2004 (ପବିତ୍ର ବାଇବଲ)
ଏଣୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ଇସ୍ରାଏଲର ପର୍ବତଗଣକୁ, ଉପପର୍ବତମାନଙ୍କୁ, ଜଳପ୍ରବାହଗୁଡ଼ିକୁ, ଉପତ୍ୟକାମାନଙ୍କୁ, ଧ୍ୱଂସ ଶୂନ୍ୟ ସ୍ଥାନଗୁଡ଼ିକୁ, ପରିତ୍ୟକ୍ତ ଓ ଲୁଣ୍ଠିତ ନଗରଗୁଡ଼ିକୁ ଓ ଯେଉଁମାନେ ଅନ୍ୟ ଜାତିମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ଉପହାସିତ ହୋଇଛନ୍ତି, ମୋର ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହେତୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ଇସ୍ରାଏଲର ଯେସକଳ ପର୍ବତ ଓ ଉପପର୍ବତଗଣ, ଜଳପ୍ରବାହ ଓ ଉପତ୍ୟକାସକଳ, ଧ୍ୱଂସ ଶୂନ୍ୟସ୍ଥାନସକଳ ଓ ତ୍ୟକ୍ତ ନଗରସମୂହ, ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀୟମାନଙ୍କର ଅବଶିଷ୍ଟାଂଶର ପ୍ରତି ଲୁଟିତ ଦ୍ରବ୍ୟ ଓ ହାସ୍ୟାସ୍ପଦ ହୋଇଅଛି, ସେହି ସବୁକୁ ସଦାପ୍ରଭୁ ଏହି କଥା କହନ୍ତି;
Odia IRV 2017 (ଓଡିଆ ବାଇବେଲ)
ଏହେତୁ ହେ ଇସ୍ରାଏଲର ପର୍ବତଗଣ, ପ୍ରଭୁ, ସଦାପ୍ରଭୁଙ୍କର ବାକ୍ୟ ଶୁଣ; ଇସ୍ରାଏଲର ଯେସକଳ ପର୍ବତ ଓ ଉପ-ପର୍ବତଗଣ, ଜଳପ୍ରବାହ ଓ ଉପତ୍ୟକାସକଳ, ଧ୍ୱଂସ ଶୂନ୍ୟସ୍ଥାନସକଳ ଓ ତ୍ୟକ୍ତ ନଗରସମୂହ, ଚତୁର୍ଦ୍ଦିଗସ୍ଥିତ ଗୋଷ୍ଠୀୟମାନଙ୍କର ଅବଶିଷ୍ଟାଂଶର ପ୍ରତି ଲୁଟିତ ଦ୍ରବ୍ୟ ଓ ହାସ୍ୟାସ୍ପଦ ହୋଇଅଛି, ସେହି ସବୁକୁ ସଦାପ୍ରଭୁ ଏହି କଥା କହନ୍ତି;