Galatians 1:6 — Compare Translations

7 translations compared side by side

Odia - 1840
"ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ବର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହ ରେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ଡ଼ାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ୟ୍ଯ ହଲିେ ଯେ, ତୁମ୍ଭମାନେେ ସହେି ପରମେଶ୍ବରଙ୍କଠାରୁ ଦୂ ରଇେ ଯାଇ, କୌଣସି ଅନ୍ୟ ସୁସମାଚାରକୁ ବିଶ୍ବାସ କରୁଛ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ଵାନ କଲେ, ତାହାଙ୍କ-ଠାରୁ ତୁମ୍ଭେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି;
Odia BSI (ପବିତ୍ର ବାଇବଲ (CL) NT (BSI))
ଖ୍ରୀଷ୍ଟଙ୍କ ଅନୁଗ୍ରହ ଦ୍ୱାରା ଯେ ତୁମ୍ଭମାନଙ୍କୁ ଆହ୍ୱାନ କରିଥିଲେ, ଏତେ ଶୀଘ୍ର ତୁମେ ତାଙ୍କୁ ପରିତ୍ୟାଗ କରି ଅନ୍ୟ ଏକ ସୁସମାଚାର ପ୍ରତି ଆକୃଷ୍ଟ ହୋଇଅଛ, ଏଥିରେ ମୁଁ ବିସ୍ମିତ ହେଉଅଛି।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରକୃତ ସୁସମାଗ୍ଭର ଗୋଟିଏ ମାତ୍ର ଅଳ୍ପକ୍ଷଣ ପୂର୍ବରୁ ପରମେଶ୍ୱର ତାହାଙ୍କର ଅନୁଗମନ କରିବା ନିମନ୍ତେ ତୁମ୍ଭମାନଙ୍କୁ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟଙ୍କ ମାଧ୍ୟମରେ ଡାକିଥିଲେ। କିନ୍ତୁ ଏବେ ମୁଁ ଏହା ଜାଣି ଅତି ଆଶ୍ଚର୍ଯ୍ୟ ହେଲି ଯେ, ତୁମ୍ଭେମାନେ ସେହି ପରମେଶ୍ୱରଙ୍କଠାରୁ ଦୂରେଇ ଯାଇ, କୌଣସି ଅନ୍ୟ ସୁସମାଗ୍ଭରକୁ ବିଶ୍ୱାସ କରୁଛ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି;
Odia IRV 2017 (ଓଡିଆ ବାଇବେଲ)
ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମ୍ଭମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମ୍ଭେମାନେ ଯେ ଏତେ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕ್ರಿಸ್ತಾಚ್ಯಾ ದಯೆನ್ ತುಮ್ಕಾ ಬಲ್ವಲ್ಲ್ಯಾ ಬಾಬಾಕ್ ಎವ್ಡ್ಯಾ ಲಗ್ಗುನಾ ಸೊಡುನ್, ದುಸ್ರ್ಯಾ ಬರ್‍ಯಾ ಖಬ್ರಿಚ್ಯಾ ಫಾಟ್ನಾ ತುಮಿ ಜಾತಲೆ ಬಗುನ್ ಮಾಕಾ ಆಜಾಪ್ ಹೊತಾ.