Galatians 2:6 — Compare Translations
7 translations compared side by side
Odia - 1840
"କିନ୍ତୁସସହି ପ୍ରତିଷ୍ଠିତସଲାକମାଲନ ମୁଁ କହିଥିବା ସୁସମାଚାରର ପରିବର୍ତ୍ତନ କଲଲ ନାହିଁ।ସମା ପାଇଁ କିଏ ପ୍ରତିଷ୍ଠିତ ବା ନୁଲହଁ, ତାହାର କିଛି ଅର୍ଥ ନାହିଁ। ପରଲମଶ୍ବରଙ୍କ ନିକଟଲର ସମସ୍ଲତ ସମାନ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ (ସେମାନେ କିପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ଵର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ), ସେହି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମୋତେ କିଛି ନୂଆ ଶିକ୍ଷା ଦେଲେ ନାହିଁ,
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଯେଉଁମାନେ ନେତା ବୋଲି ବିବେଚିତ ହେଉଥିଲେ, ସେମାନେ ଯେ କେହି ହୁଅନ୍ତୁ, ସେଥିରେ ମୋର କିଛି ଯାଏ ଆସେ ନାହିଁ; କାରଣ ବାହ୍ୟିକ ଆଚରଣ ଦେଖି ଈଶ୍ୱର କାହାର ବିଚାର କରନ୍ତି ନାହିଁ - ସେହି ନେତାମାନେ ମୋତେ କୌଣସି ନୂତନ ପ୍ରସ୍ତାବ ଦେଇ ନ ଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ସେହି “ପ୍ରତିଷ୍ଠିତ” ଲୋକମାନେ ମୁଁ କହିଥିବା ସୁସମାଗ୍ଭରର ପରିବର୍ତ୍ତନ କଲେ ନାହିଁ। ମୋ’ ପାଇଁ କିଏ ପ୍ରତିଷ୍ଠିତ ବା ନୁହେଁ, ତାହାର କିଛି ଅର୍ଥ ନାହିଁ। ପରମେଶ୍ୱରଙ୍କ ନିକଟରେ ସମସ୍ତେ ସମାନ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ (ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ବର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ), ସେହି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମୋତେ କିଛି ନୂଆ ଶିକ୍ଷା ଦେଲେ ନାହିଁ,
Odia IRV 2017 (ଓଡିଆ ବାଇବେଲ)
ଆଉ ଯେଉଁମାନେ ଗଣ୍ୟମାନ୍ୟ ବୋଲି ଖ୍ୟାତ (ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ୱର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ), ସେହି ଗଣ୍ୟମାନ୍ୟ ବ୍ୟକ୍ତିମାନେ ମୋତେ କିଛି ନୂଆ ଶିକ୍ଷା ଦେଲେ ନାହିଁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಕೊನ್ ಲೈ ಮೊಟೆ ಮನುನ್ ಘೆಟಲ್ಲೆ ತೆ, ಅದ್ದಿ ಮೊಟೆ ಅಸ್ತಿಲ್, ತೆ ಮಾಕಾ ಸಮಂದ್ ಪಡಲ್ಲೆ ನಾ, ಕಶ್ಯಾಕ್ ಮಟ್ಲ್ಯಾರ್, ದೆವ್ ತೊಂಡ್ ಬಗುನ್ ನ್ಯಾಯ್ ನಿರ್ನಯ್ ಕರಿನಾ, ಮಾಜ್ಯಾ ಶಿಕಾಪಾಚ್ಯಾ ವಿಶಯಾತ್ ತೆನಿ ಅನಿ ಕಾಯ್ಬಿ ಜಾಸ್ತಿಚೆ ಮಾಕಾ ಸಾಂಗುಕ್ ದಿವ್ಕನ್ಯಾತ್.