Galatians 2:9 — Compare Translations

7 translations compared side by side

Odia - 1840
"ଯାକୁବ, ପିତର ଓସଯାହନସନତା ରୂଲପ ପରିଗଣିତସହଉଥିଲଲ।ସସମାଲନସଦଖିଲଲସଯ, ପରଲମଶ୍ବରସମାଲତ ଏହି ବିଶଲଷ ଅନୁଗ୍ରହ ପ୍ରଦାନ କରିଛନ୍ତି।ସସଥିପାଇଁସସମାଲନ ବର୍ଣ୍ଣବବା ଓସମାଲତ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲଲ। ଯାକୁବ, ପିତର ଓସଯାହନ କହିଲଲ, ପାଉଲ ଓ ବର୍ଣ୍ଣବବା, ତୁମ୍ଲଭମାଲନ ଅଣଯିହୂଦୀମାନଙ୍କ ପାଖକୁ ୟିବା କଥାସର ଆମ୍ଲଭମାଲନ ରାଜି ଅଛୁ। ମାତ୍ର ଆମ୍ଲଭମାଲନ ଯିହୂଦୀମାନଙ୍କ ପାଖକୁ ୟିବୁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ଵରୂପେ ଖ୍ୟାତ ଯାକୁବ, କେଫା ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ବିଜାତିମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
ନେତା ରୂପେ ବିବେଚିତ ହେଉଥିବା ଯାକୁବ, ପିତର ଓ ଯୋହନ ସ୍ୱୀକାର କରିଥିଲେ ଯେ, ଈଶ୍ୱର ମୋତେ ଏହି ବିଶେଷ କାର୍ଯ୍ୟର ଦାୟିତ୍ୱ ଦେଇଛନ୍ତି। ତେଣୁ ସେମାନେ ମୋତେ ଓ ବର୍ଣ୍ଣବାଙ୍କୁ ସହଯୋଗୀ ରୂପେ ଆଦରରେ ଗ୍ରହଣ କରିଥିଲେ। ବର୍ଣ୍ଣବା ଓ ମୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଓ ସେମାନେ ଇହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରିବେ ବୋଲି ଆମେ ଏକମତ ହୋଇଥିଲୁ।
Odia Bible ERV 2004 (ପବିତ୍ର ବାଇବଲ)
ଯାକୁବ, ପିତର ଓ ଯୋହନ ନେତା ରୂପେ ପରିଗଣିତ ହେଉଥିଲେ। ସେମାନେ ଦେଖିଲେ ଯେ, ପରମେଶ୍ୱର ମୋତେ ଏହି ବିଶେଷ ଅନୁଗ୍ରହ ପ୍ରଦାନ କରିଛନ୍ତି। ସେଥିପାଇଁ ସେମାନେ ବର୍ଣ୍ଣ‌ବ୍‌‌‌‌ବା ଓ ମୋତେ ତାହାଙ୍କର ସହଭାଗୀତାର ଦକ୍ଷିଣହସ୍ତ ପ୍ରଦାନ କଲେ। ଯାକୁବ, ପିତର ଓ ଯୋହନ କହିଲେ, “ପାଉଲ ଓ ବର୍ଣ୍ଣ‌ବ୍‌‌‌‌ବା, ତୁମ୍ଭେମାନେ ଅଣଯିହୂଦୀମାନଙ୍କ ପାଖକୁ ଯିବା କଥାରେ ଆମ୍ଭେମାନେ ରାଜି ଅଛୁ। ମାତ୍ର ଆମ୍ଭେମାନେ ଯିହୂଦୀମାନଙ୍କ ପାଖକୁ ଯିବୁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, ପିତର ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ଅଣଯିହୁଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି;
Odia IRV 2017 (ଓଡିଆ ବାଇବେଲ)
ଆଉ, ଯେତେବେଳେ ସେମାନେ ମୋତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, ପିତର ଓ ଯୋହନ ମୋତେ ଓ ବର୍ଣ୍ଣବ୍ବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ଅଣଯିହୂଦୀମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತನ್ನಾ ದೆವಾಚ್ಯಾ ಲೊಕಾಂಚ್ಯಾ ತಾಂಡ್ಯಾಚೆ ಖಾಂಬೆ ಸಾರ್ಕೆ ಹೊವ್ನ್ ಹೊತ್ತ್ಯಾ ಜಾಕೊಬಾನ್ ಪೆದ್ರುನ್ ಅನಿ ಜುವಾಂವಾನ್, ದೆವಾಕ್ನಾಚ್ ಮಾಕಾ ಗಾವಲ್ಲೆ; ಹೆ ಎಕ್ ವಿಶೆಸ್ ಭೊಮಾನ್ ಮನುನ್ ವಳ್ಕುನ್, ಮಾಕಾ ಅನಿ ಬಾರ್ನಾಬಾಸಾಕ್ ಅಪ್ನಾಚೆ ವಾಂಗ್ಡಿ ಮನುನ್ ಘೆಟ್ಲ್ಯಾನಿ, ಅನಿ ಅಮ್ಕಾ ಎಕಾಮೆಕಾಕ್ ಒಪ್ಕಿ ಹಾಯ್ ಮನುನ್ ದಾಕ್ವುಸಾಟ್ನಿ ಅಮಿ ಎಕಾಮೆಕಾಚೆ ಹಾತ್ ಮಿಳ್ವುಲಾವ್, ಮಿಯಾ ಅನಿ ಬಾರ್ನಾಬಾಸ್ ಜುದೆವ್ ನ್ಹಯ್ ಹೊತ್ತ್ಯಾ ಲೊಕಾಂಚ್ಯಾ ಮದ್ದಿ, ಅನಿ ತೆನಿ ಜುದೆವ್ ಲೊಕಾಂಚ್ಯಾ ಮದ್ದಿ ಜಾವ್ಕ್ ಮನುನ್ ನಿರ್ಧಾರ್ ಕರ್ಲ್ಯಾಂವ್.