Galatians 3:17 — Compare Translations
7 translations compared side by side
Odia - 1840
"ମାେ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ବର ପୂର୍ବରୁ ଅନୁମାଦେନ କରିସାରିଥିଲେ, ତାହା ଚାରିଶହ ତିରିସ ବର୍ଷ ପରେ ଆସିଥିବା ବ୍ଯବସ୍ଥା ଦ୍ବାରା ମୂଲ୍ଯହୀନ ହାଇେ ଗଲା ନାହିଁ। ସହେି ବ୍ଯବସ୍ଥା ମଧ୍ଯ ସହେି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୋହର ଭାବ ଏହି, ଯେଉଁ ନିୟମ ଈଶ୍ଵରଙ୍କ କର୍ତ୍ତୃକ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ଚାରି ଶହ ତିରିଶ ବର୍ଷ ପରେ ଦତ୍ତ ବ୍ୟବସ୍ଥା ତାହା ବ୍ୟର୍ଥ କରେ ନାହିଁ, ଯେପରି ତଦ୍ଦ୍ଵାରା ପ୍ରତିଜ୍ଞା ନିଷ୍ଫଳ କରାଯାଏ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୋର କହିବାର ଅର୍ଥ ହେଉଛି, ଈଶ୍ୱର ଅବ୍ରାହାମଙ୍କ ସହିତ ଗୋଟିଏ ଚୁକ୍ତି ସ୍ଥାପନ କରିଥିଲେ ଓ ତାହା ରକ୍ଷା କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ। ଯେଉଁ ବ୍ୟବସ୍ଥା ଚାରି ଶହ ତିରିଶ ବର୍ଷ ପରେ ପ୍ରଦାନ କରାଗଲା, ତାହା ସେହି ଚୁକ୍ତିକୁ ଭଙ୍ଗ କରି ଈଶ୍ୱରଙ୍କ ପ୍ରତିଜ୍ଞା ରଦ୍ଦ କରିପାରେ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ମୋ’ କହିବାର ଅର୍ଥ ଯେ, ଯେଉଁ ଚୁକ୍ତିଟିକୁ ପରମେଶ୍ୱର ପୂର୍ବରୁ ଅନୁମୋଦନ କରିସାରିଥିଲେ, ତାହା ଗ୍ଭରିଶହ ତିରିଶ୍ ବର୍ଷ ପରେ ଆସିଥିବା ବ୍ୟବସ୍ଥା ଦ୍ୱାରା ମୂଲ୍ୟହୀନ ହୋଇ ଗଲା ନାହିଁ। ସେହି ବ୍ୟବସ୍ଥା ମଧ୍ୟ ସେହି ଚୁକ୍ତିର ପ୍ରଭାବକୁ ହୀନ କରି ପାରିଲା ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୋହର ଭାବ ଏହି, ଯେଉଁ ନିୟମ ଈଶ୍ବରଙ୍କ କର୍ତ୍ତୃକ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ଚାରି ଶହ ତିରିଶ ବର୍ଷ ପରେ ଦିଆଯାଇଥିବା ମୋଶାଙ୍କ ବ୍ୟବସ୍ଥା ତାହା ବ୍ୟର୍ଥ କରେ ନାହିଁ, ଯେପରି ତଦ୍ୱାରା ପ୍ରତିଜ୍ଞା ନିଷ୍ଫଳ କରାଯାଏ।
Odia IRV 2017 (ଓଡିଆ ବାଇବେଲ)
ମୋହର ଭାବ ଏହି, ଯେଉଁ ନିୟମ ଈଶ୍ୱରଙ୍କ କର୍ତ୍ତୃକ ପୂର୍ବରୁ ସ୍ଥିରୀକୃତ ହୋଇଥିଲା, ଚାରି ଶହ ତିରିଶି ବର୍ଷ ପରେ ଦିଆଯାଇଥିବା ମୋଶାଙ୍କ ବ୍ୟବସ୍ଥା ତାହା ବ୍ୟର୍ଥ କରେ ନାହିଁ, ଯେପରି ତଦ୍ଵାରା ପ୍ରତିଜ୍ଞା ନିଷ୍ଫଳ କରାଯାଏ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮಿಯಾ ಸಾಂಗ್ತಲೊ ಅರ್ಥ್ ಕಾಯ್ ಮಟ್ಲ್ಯಾರ್. ದೆವಾನ್ ಅಬ್ರಾಮಾಕ್ನಾ ಎಕ್ ಕರಾರ್ ಕರ್ಲ್ಯಾನ್ ಅನಿ ತ್ಯಾ ಗೊಸ್ಟಿ ಪರ್ಕಾರ್ ದಿವ್ಚೆ ಚಲುಚೆ ಮಟ್ಲ್ಯಾನ್, ಚಾರ್ಶೆ ತಿಸ್ ವರ್ಸಾಂಚ್ಯಾ ಮಾನಾ ದಿಲ್ಲೊ ತೊ ಕರಾರ್ ಮೊಡುಕ್ ಹೊಯ್ನಾ ಅನಿ ಕಾಯ್ಚ್ ನ್ಹಯ್ ಸಾರ್ಕೆ ಕರುಕ್ ಹೊಯ್ನಾ.