Galatians 4:24 — Compare Translations
7 translations compared side by side
Odia - 1840
"ଏହି ସତ୍ଯ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠା ରେ ହାଇେଥିଲା। ଏହି ଚୁକ୍ତି ଉଦ୍ଦେଶ୍ଯ ରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସମାନେେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂୟୁକ୍ତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମ ସ୍ଵରୂପ; ଗୋଟିଏ ନିୟମ ସୀନୟ ପର୍ବତରୁ ଉତ୍ପନ୍ନ, ତାହା ଦାସତ୍ଵ ନିମନ୍ତେ ସନ୍ତାନ ପ୍ରସବକାରଣୀ, ହାଗାର ସେଥିର ନିଦର୍ଶନ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏହାକୁ ଏକ ଉପମା ରୂପେ ଗ୍ରହଣ କରାଯାଇପାରେ। - ଏହି ଦୁଇ ଜଣ ସ୍ତ୍ରୀ ଦୁଇଟି ନିୟମ ସ୍ୱରୂପ। ଯାହାର ପୁତ୍ର ଦାସତ୍ୱର ବନ୍ଧନରେ ଜନ୍ମ ଗ୍ରହଣ କରିଥିଲା, ସେହି ହାଗାର, ସିନାଇ ପର୍ବତରୁ ଆସିଥିବା ନିୟମର ପ୍ରତୀକ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ସତ୍ୟ କାହାଣୀ ଗୋଟିଏ ଅର୍ଥ ପ୍ରକାଶ କରେ। ଦୁଇଜଣ ସ୍ତ୍ରୀ ଦୁଇ ପ୍ରକାରର ଚୁକ୍ତିକୁ ଦର୍ଶାନ୍ତି। ଗୋଟିଏ ଚୁକ୍ତି ସୀନୟ ପର୍ବତଠାରେ ହୋଇଥିଲା। ଏହି ଚୁକ୍ତି ଉଦ୍ଦେଶ୍ୟରେ ଯେଉଁ ଲୋକମାନେ ଜନ୍ମ ହୁଅନ୍ତି, ସେମାନେ କ୍ରୀତଦାସ ଭଳି। ଏହି ଚୁକ୍ତି ହାଗାର ନାମ୍ନୀ ଏକ ସ୍ତ୍ରୀ ସହିତ ସଂଯୁକ୍ତ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମସ୍ୱରୂପ; ଗୋଟିଏ ନିୟମ ସୀନୟ ପର୍ବତରୁ ଉତ୍ପନ୍ନ, ତାହା ଦାସତ୍ୱ ନିମନ୍ତେ ସନ୍ତାନ ପ୍ରସବକାରିଣୀ, ହାଗାର ସେଥିର ନିଦର୍ଶନ।
Odia IRV 2017 (ଓଡିଆ ବାଇବେଲ)
ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମସ୍ୱରୂପ; ଗୋଟିଏ ନିୟମ ସୀନୟ ପର୍ବତରୁ ଉତ୍ପନ୍ନ, ତାହା ଦାସତ୍ୱ ନିମନ୍ତେ ସନ୍ତାନ ପ୍ରସବକାରିଣୀ, ହାଗାର ସେଥିର ନିଦର୍ଶନ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹಿ ಸಂಗ್ತಿಯಾ ಪ್ರತಿ ರುಪಾಚ್ಯಾ ರಿತಿನ್ ಕಳ್ವುನ್ ಘೆವ್ಕ್ ಹೊತಾ: ದೊನ್ ಬಾಯ್ಕೊಮಾನ್ಸಾ ದೊನ್ ಕರಾರಾ ದಾಕ್ವುನ್ ದಿತ್ಯಾತ್, ಜೆ ಕೊನಾಚಿ ಪೊರಾ ಗುಲಾಮಪಾನಾತ್ ಜಲಮ್ಲಾತ್ ತಿ ಹಾಗಾರಾ ಅನಿ ತಿ ಸಿನಾಯ್ ಮಡ್ಡಿ ವರ್ತಿ ಕರಲ್ಲೊ ಕರಾರ್ ದಾಕ್ವುನ್ ದಿತಾ.