Genesis 2:7 — Compare Translations

5 translations compared side by side

Odia - 1840
"ଏହାପରେ ସଦାପ୍ରଭୁ ପରମେଶ୍ବର ଭୂମିରୁ ଧୂଳି ନଇେ ମନୁଷ୍ଯ ସୃଷ୍ଟି କଲେ। ସଦାପ୍ରଭୁ ତା'ର ନାସିକା ରନ୍ଧ୍ର ରେ ଫୁଙ୍କ ଦଇେ ପ୍ରାଣ ବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ଯ ଜୀବିତପ୍ରାଣୀ ହେଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅନନ୍ତର ସଦାପ୍ରଭୁ ପରମେଶ୍ଵର ଭୂମିର ଧୂଳି ଦ୍ଵାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପରେ ସଦାପ୍ରଭୁ ପରମେଶ୍ୱର ଭୂମିରୁ ଧୂଳି ନେଇ ମନୁଷ୍ୟ ସୃଷ୍ଟି କଲେ। ସଦାପ୍ରଭୁ ତା’ର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।
Odia IRV 2017 (ଓଡିଆ ବାଇବେଲ)
ଏଥିଉତ୍ତାରେ ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକାରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ; ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା।