Genesis 24:14 — Compare Translations

5 translations compared side by side

Odia - 1840
"ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇସ୍ହାକର ସ୍ତ୍ରୀ ହବେ। ମୁଁ ସହେି ଝିଅକୁ କହିବି 'ଦୟାକରି ତୁମ୍ଭର ପାତ୍ର ମାେ ଆଡ଼କୁ ତଳମୁହାଁ କର। ତେଣୁ ମୁଁ ପାଣି ପିଇ ପାରିବି।' ମୁଁ ଜାଣିପାରିବି ସହେି ହେଉଛି ଉପୟୁକ୍ତ ପାତ୍ରୀ ୟିଏ କହିବ, 'ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ଯ ପାଣି ଦବେି।' ଯଦି ଏହିପରି ହୁଏ, ତବେେ ମୁଁ ଜାଣିବି ସେ ହେଉଛି ଇସ୍ହାକ ପାଇଁ ଉପୟୁକ୍ତ କନ୍ଯା। ଏବଂ ମୁଁ ଜାଣିବି ତୁମ୍ଭେ ମାରେ ମୁନିବଙ୍କ ଉପରେ ଦୟା କଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ, ତୁମ୍ଭେ ଆପଣା କଳଶ ନୁଆଁଇ ମୋତେ ଜଳ ପାନ କରାଅ, ଏହି କଥା କହିଲେ ସେ ଯେବେ କହିବ, ପାନ କର, ମୁଁ ତୁମ୍ଭର ଓଟମାନଙ୍କୁ ହିଁ ପାନ କରାଇବି, ତେବେ ସେ ତୁମ୍ଭ ଦାସ ଇସ୍‍ହାକ ନିମନ୍ତେ ତୁମ୍ଭର ନିରୂପିତା କନ୍ୟା ହେଉ; ତହିଁରେ ତୁମ୍ଭେ ମୋʼ ପ୍ରଭୁଙ୍କ ପ୍ରତି ଅନୁଗ୍ରହ କରିଅଛ, ଏହା ମୁଁ ଜାଣିବି ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇ‌ସ୍‌ହାକର ସ୍ତ୍ରୀ ହେବ। ମୁଁ ସେହି ଝିଅକୁ କହିବି ‘ଦୟାକରି ତୁମ୍ଭର ପାତ୍ର ମୋ’ ଆଡ଼କୁ ତଳମୁହାଁ କର। ଯେପରି ମୁଁ ପାଣି ପିଇ ପାରିବି।’ ମୁଁ ଜାଣି ପାରିବି ସେହି ହେଉଛି ଉପଯୁକ୍ତ ପାତ୍ରୀ ଯିଏ କହିବ, ‘ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ୟ ପାଣି ଦେବି।’ ଯଦି ଏହିପରି ହୁଏ, ତେବେ ମୁଁ ଜାଣିବି ସେ ହେଉଛି ଇ‌ସ୍‌ହାକ ପାଇଁ ଉପଯୁକ୍ତ କନ୍ୟା। ଏବଂ ମୁଁ ଜାଣିବି ତୁମ୍ଭେ ମୋର ମୁନିବଙ୍କ ଉପରେ ଦୟା କଲ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ, ‘ତୁମ୍ଭେ ଆପଣା କଳସ ନୁଆଁଇ ମୋତେ ଜଳ ପାନ କରାଅ,’ ଏହି କଥା କହିଲେ ସେହି କନ୍ୟା ଯଦି କହିବ, ‘ପାନ କର, ମୁଁ ତୁମ୍ଭର ଓଟମାନଙ୍କୁ ହିଁ ପାନ କରାଇବି,’ ତେବେ ସେ ତୁମ୍ଭ ଦାସ ଇସ୍‌ହାକ ନିମନ୍ତେ ତୁମ୍ଭର ନିରୂପିତା କନ୍ୟା ହେଉ; ତହିଁରେ ତୁମ୍ଭେ ମୋʼ ପ୍ରଭୁଙ୍କ ପ୍ରତି ଅନୁଗ୍ରହ କରିଅଛ, ଏହା ମୁଁ ଜାଣିବି।”
Odia IRV 2017 (ଓଡିଆ ବାଇବେଲ)
ସେମାନଙ୍କ ମଧ୍ୟରୁ କୌଣସି କନ୍ୟାକୁ, ତୁମ୍ଭେ ଆପଣା କଳସ ନୁଆଁଇ ମୋତେ ଜଳ ପାନ କରାଅ, ଏହି କଥା କହିଲେ ସେହି କନ୍ୟା ଯଦି କହିବ, ପାନ କର, ମୁଁ ତୁମ୍ଭର ଓଟମାନଙ୍କୁ ହିଁ ପାନ କରାଇବି, ତେବେ ସେ ତୁମ୍ଭ ଦାସ ଇସ୍‍ହାକ ନିମନ୍ତେ ତୁମ୍ଭର ନିରୂପିତା କନ୍ୟା ହେଉ; ତହିଁରେ ତୁମ୍ଭେ ମୋ’ ପ୍ରଭୁଙ୍କ ପ୍ରତି ଅନୁଗ୍ରହ କରିଅଛ, ଏହା ମୁଁ ଜାଣିବି।”