Genesis 43:32 — Compare Translations
5 translations compared side by side
Odia - 1840
"ଯୋଷଫେର ଦାସମାନେ ଯୋଷଫଙ୍କେ ପାଇଁ ଏକ ଟବେୁଲ, ଏକ ଟବେୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟବେୁଲ ମିଶ୍ରୀଯମାନଙ୍କ ପାଇଁ ଯେଉଁମାନେ ସମାନଙ୍କେ ସହିତ ବସି ଖାଇଲେ। କାରଣ ଏବ୍ରୀଯମାନଙ୍କ ସହିତ ଭୋଜନ କରିବା ମିଶ୍ରୀଯମାନଙ୍କର ପ୍ରଥା ନଥିଲା। ମିଶ୍ରୀଯମାନେ ଏବ୍ରୀଯମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବଚେିତ ହୁଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତହିଁରେ ଭୃତ୍ୟମାନେ ଯୋଷେଫଙ୍କ ନିମନ୍ତେ ଓ ତାଙ୍କ ଭାଇମାନଙ୍କ ନିମନ୍ତେ, ପୁଣି ତାଙ୍କ ସଙ୍ଗେ ଭୋଜନକାରୀ ମିସ୍ରୀୟ ଲୋକମାନଙ୍କ ନିମନ୍ତେ ପୃଥକ ପୃଥକ ପରିବେଷଣ କଲେ, କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବାର ମିସ୍ରୀୟମାନଙ୍କର ବ୍ୟବହାର ନ ଥିଲା; ତାହା ମିସ୍ରୀୟମାନଙ୍କର ଘୃଣିତ କର୍ମ ।
Odia Bible ERV 2004 (ପବିତ୍ର ବାଇବଲ)
ଯୋଷେଫଙ୍କର ଦାସମାନେ ଯୋଷେଫଙ୍କ ପାଇଁ ଏକ ଟେବୁଲ, ଏକ ଟେବୁଲ ତାଙ୍କ ଭାଇମାନଙ୍କ ପାଇଁ ଏବଂ ଆଉ ଏକ ଟେବୁଲ ମିସ୍ରୀୟମାନଙ୍କ ପାଇଁ ଯେଉଁମାନେ ସେମାନଙ୍କ ସହିତ ବସି ଖାଇବେ। କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବା ମିସ୍ରୀୟମାନଙ୍କର ପ୍ରଥା ନ ଥିଲା। ମିସ୍ରୀୟମାନେ ଏବ୍ରୀୟମାନଙ୍କ ସହିତ ଖାଇବା ମସ୍ତବଡ଼ ଅନୁଚିତ ବୋଲି ବିବେଚିତ ହୁଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତହିଁରେ ଭୃତ୍ୟମାନେ ଯୋଷେଫଙ୍କ ନିମନ୍ତେ ଓ ତାଙ୍କ ଭାଇମାନଙ୍କ ନିମନ୍ତେ, ପୁଣି, ତାଙ୍କ ସଙ୍ଗେ ଭୋଜନକାରୀ ମିସରୀୟ ଲୋକମାନଙ୍କ ନିମନ୍ତେ ପୃଥକ ପୃଥକ ପରିବେଷଣ କଲେ, କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବାର ମିସରୀୟମାନଙ୍କର ବ୍ୟବହାର ନ ଥିଲା; ତାହା ମିସରୀୟମାନଙ୍କର ଘୃଣିତ କର୍ମ।
Odia IRV 2017 (ଓଡିଆ ବାଇବେଲ)
ତହିଁରେ ଭୃତ୍ୟମାନେ ଯୋଷେଫଙ୍କ ନିମନ୍ତେ ଓ ତାଙ୍କ ଭାଇମାନଙ୍କ ନିମନ୍ତେ, ପୁଣି, ତାଙ୍କ ସଙ୍ଗେ ଭୋଜନକାରୀ ମିସ୍ରୀୟ ଲୋକମାନଙ୍କ ନିମନ୍ତେ ପୃଥକ ପୃଥକ ପରିବେଷଣ କଲେ, କାରଣ ଏବ୍ରୀୟମାନଙ୍କ ସହିତ ଭୋଜନ କରିବାର ମିସ୍ରୀୟମାନଙ୍କର ବ୍ୟବହାର ନ ଥିଲା; ତାହା ମିସ୍ରୀୟମାନଙ୍କର ଘୃଣିତ କର୍ମ।