Habakkuk 2:6 — Compare Translations

5 translations compared side by side

Odia - 1840
"କିନ୍ତୁ ଖୁବ୍ ଶୀଘ୍ର ସହେି ଲୋକମାନେ ତାକୁ ଉପହାସ କରିବେ। ସମାନେେ ତା'ର ପରାଜଯ ବିଷଯ ରେ ଗପ କରିବେ। ସମାନେେ ତାକୁ ପରିହାସ କରି କହିବେ, 'ତାକୁ ଧିକ୍, ୟିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନଇୟୋଏ। ଆଉ କେତଦେିନ ପର୍ୟ୍ଯନ୍ତ ସେ ଋଣ ସଂଗ୍ରହ ଦ୍ବାରା ଧନୀ ହବେ? ସର୍ବଶଷେ ରେ ତା'ର ସମ୍ପଦସବୁ ତା' ଉପ ରେ ବୋଝ ହବେ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେସମସ୍ତେ କି ତାହା ବିରୁଦ୍ଧରେ ଉପମା-କଥା ଓ ପରିହାସଜନକ ପ୍ରବାଦ ଧରି କହିବେ ନାହିଁ? ଯଥା, ପର ଧନରେ ଯେ ଆପଣାକୁ ବର୍ଦ୍ଧିଷ୍ଣୁ କରେ, ସେ ସନ୍ତାପର ପାତ୍ର! କେତେ କାଳ? ବନ୍ଧକି ଦ୍ରବ୍ୟରେ ଯେ ଆପଣାକୁ ଭାରଗ୍ରସ୍ତ କରେ, ସେ ସନ୍ତାପର ପାତ୍ର!
Odia Bible ERV 2004 (ପବିତ୍ର ବାଇବଲ)
କିନ୍ତୁ ଖୁବ୍ ଶୀଘ୍ର ସେହି ଲୋକମାନେ ତାକୁ ଉପହାସ କରିବେ। ସେମାନେ ତା’ର ପରାଜୟ ବିଷୟରେ ଗପ କରିବେ। ସେମାନେ ତାକୁ ପରିହାସ କରି କହିବେ, ‘ତାକୁ ଧିକ୍, ଯିଏ ଅନ୍ୟ ଲୋକମାନଙ୍କର ଧନସମ୍ପତ୍ତିକୁ ନେଇଯାଏ। ଆଉ କେତେଦିନ ପର୍ଯ୍ୟନ୍ତ ସେ ଋଣ ସଂଗ୍ରହ ଦ୍ୱାରା ଧନୀ ହେବ? ସର୍ବଶେଷରେ ତା’ର ସମ୍ପଦସବୁ ତା’ ଉପରେ ବୋଝ ହେବ।’
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ସମସ୍ତେ କି ତାହା ବିରୁଦ୍ଧରେ ଉପମା-କଥା ଓ ପରିହାସଜନକ ପ୍ରବାଦ ଧରି କହିବେ ନାହିଁ? ଯଥା, “ପର ଧନରେ ଯେ ଆପଣାକୁ ବର୍ଦ୍ଧିଷ୍ଣୁ କରେ, ସେ ସନ୍ତାପର ପାତ୍ର! କେତେ କାଳ? ବନ୍ଧକି ଦ୍ରବ୍ୟରେ ଯେ ଆପଣାକୁ ଭାରଗ୍ରସ୍ତ କରେ, ସେ ସନ୍ତାପର ପାତ୍ର!”
Odia IRV 2017 (ଓଡିଆ ବାଇବେଲ)
ସେମାନେ ସମସ୍ତେ କି ତାହା ବିରୁଦ୍ଧରେ ଉପମା-କଥା ଓ ପରିହାସଜନକ ପ୍ରବାଦ ଧରି କହିବେ ନାହିଁ? ଯଥା, ପର ଧନରେ ଯେ ଆପଣାକୁ ବର୍ଦ୍ଧିଷ୍ଣୁ କରେ, ସେ ସନ୍ତାପର ପାତ୍ର! କେତେ କାଳ? ବନ୍ଧକି ଦ୍ରବ୍ୟରେ ଯେ ଆପଣାକୁ ଭାରଗ୍ରସ୍ତ କରେ, ସେ ସନ୍ତାପର ପାତ୍ର!