Hebrews 1:5 — Compare Translations

7 translations compared side by side

Odia - 1840
"ଆହୁରି ମଧ୍ଯ ସେ କୌଣସି ସ୍ବର୍ଗଦୂତଙ୍କୁ କହି ନ ଥିଲେ ଯେ:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଈଶ୍ଵର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?”
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ କେବେ ହେଲେ ଈଶ୍ବର କୌଣସି ଦୂତଙ୍କୁ କହି ନାହାନ୍ତି: “ତୁମେ ମୋର ପୁତ୍ର, ଆଜିଠାରୁ ମୁଁ ତୁମର ପିତା ହେଲି”; କିମ୍ବା ଈଶ୍ୱର କୌଣସି ଦୂତ ସମ୍ପର୍କରେ କହି ନାହାନ୍ତି, “ମୁଁ ତାହାର ପିତା ଏବଂ ସେ ମୋର ପୁତ୍ର।”
Odia Bible ERV 2004 (ପବିତ୍ର ବାଇବଲ)
ଆହୁରି ମଧ୍ୟ ସେ କୌଣସି ସ୍ୱର୍ଗଦୂତଙ୍କୁ କହି ନ ଥିଲେ ଯେ: “ତୁମ୍ଭେ ମୋର ପୁତ୍ର; ଆଜି ଆମ୍ଭେ ତୁମ୍ଭର ପିତା ହେଲୁ।” ପୁନର୍ବାର ପରମେଶ୍ୱର କୌଣସି ସ୍ୱର୍ଗଦୂତକୁ ଏହା କହି ନାହାନ୍ତି ଯେ, “ମୁଁ ତା’ର ପିତା ହେବି, ସେ ମୋର ପୁତ୍ର ହେବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଈଶ୍ବର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?”
Odia IRV 2017 (ଓଡିଆ ବାଇବେଲ)
କାରଣ ଈଶ୍ୱର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, "ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?'' ପୁନଶ୍ଚ, "ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?''
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ದೆವಾನ್ ಅಪ್ನಾಚ್ಯಾ ದುತಾನಿತ್ಲ್ಯಾ ಕೊನಾಕ್‍ಬಿ, “ತಿಯಾ ಮಾಜೊ ಲೆಕ್; ಆಜ್ ಮಿಯಾ ತುಜೊ ಬಾಬಾ ಹೊಲಾ” ಮನುನ್ ಕನ್ನಾಚ್ ಮನುಕ್ ನಾ. ನಾಹೊಲ್ಯಾರ್ ದೆವ್ ಖಲ್ಯಾಬಿ ದೆವ್‍ದುತಾಚ್ಯಾ ವಿಶಯಾತ್,“ ಮಿಯಾ ತೆಜೊ ಬಾಬಾ ಹೊತಾ, ಅನಿ ತೊ ಮಾಜೊ ಲೆಕ್ ಹೊತಾ.” ಮನುನ್ ಮನುಕ್ ನಾ.