Hebrews 10:2 — Compare Translations

7 translations compared side by side

Odia - 1840
"ଯଦି ବ୍ଯବସ୍ଥା ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରିଥାନ୍ତା ତା' ହେଲେ ସହେି ବଳିଗୁଡ଼ିକ ବନ୍ଦ ହାଇେ ଯାଇ ସାରିଥାଆନ୍ତା। ସହେି ଲୋକମାନେ ମଧ୍ଯ ପାପରୁ ଶୁଦ୍ଧ ହାଇଯୋଇ ସାରିଥାନ୍ତେ। ସମାନେେ ଏବେ ସୁଦ୍ଧା ନିଜ ପାପ ପାଇଁ ନିଜକୁ ଦୋଷୀ ଅନୁଭବ କରୁ ନ ଥାନ୍ତେ। କିନ୍ତୁ ବ୍ଯବସ୍ଥା କଦାପି ତାହା କରି ପାରିବ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯଦି ପାରିଥାଆନ୍ତା, ତେବେ ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ନ ପାଇବାରୁ ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତା?
Odia BSI (ପବିତ୍ର ବାଇବଲ (CL) NT (BSI))
ଏହିପରି ଭାବରେ ଈଶ୍ୱରଙ୍କ ଉପାସକମାନେ ଯଦି ପ୍ରକୃତରେ ପାପରୁ ପରିଷ୍କୃତ ହୋଇପାରୁଥାନ୍ତେ, ତେବେ ସେମାନେ ଆଉ ନିଜକୁ ପାପୀ ମନେ କରରନ୍ତେ ନାହିଁ ଏବଂ ସମସ୍ତ ବଳିଦାନର ଅବସାନ ଘଟନ୍ତା।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ବ୍ୟବସ୍ଥା ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରିଥା’ନ୍ତା ତା’ହେଲେ ସେହି ବଳିଗୁଡ଼ିକ ବନ୍ଦ ହୋଇ ଯାଇ ସାରିଥା’ନ୍ତା। ସେହି ଲୋକମାନେ ମଧ୍ୟ ପାପରୁ ଶୁଦ୍ଧ ହୋଇଯାଇ ସାରିଥା’ନ୍ତେ। ସେମାନେ ଏବେ ସୁଦ୍ଧା ନିଜ ପାପ ପାଇଁ ନିଜକୁ ଦୋଷୀ ଅନୁଭବ କରୁ ନ ଥା’ନ୍ତେ। କିନ୍ତୁ ବ୍ୟବସ୍ଥା କଦାପି ତାହା କରି ପାରିବ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହିସବୁ ବଳିର ଉତ୍ସର୍ଗ କଅଣ ନିବୃତ୍ତ ହୋଇ ନ ଥାଆନ୍ତା ଯଦି ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ?
Odia IRV 2017 (ଓଡିଆ ବାଇବେଲ)
ସେହି ସବୁ ବଳିର ଉତ୍ସର୍ଗ କ'ଣ ନିବୃତ୍ତ ହୋଇ ନ ଥାଆନ୍ତା ଯଦି ଉପାସକମାନେ ଥରେ ଶୁଚିକୃତ ହୋଇ ବିବେକରେ ଆଉ ପାପର ବୋଧ ପାଇ ନ ଥାଆନ୍ତେ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೆಂಚ್ಯಾ ಆರಾಧನ್‍ ಕರ್ತಲ್ಯಾ ದೆವಾನ್ ತೆಂಕಾ ಪಾಪಾತ್ನಾ ಪುರಾ ರಿತಿನ್ ಧುವ್ನ್ ಕಾಡಲ್ಲೆ ರ್‍ಹಾಲ್ಯಾರ್, ತೆನಿ ಬಲಿ ದಿತಲೆ ಮನುನ್ ತೆಂಚೊ ಮನ್ ಕಸೊ ಸಾಂಗುಕ್ ಹೊತಾ?