Hebrews 11:19 — Compare Translations
7 translations compared side by side
Odia - 1840
"ଅବ୍ରହାମ ବିଶ୍ବାସ କରିଥିଲେ ଯେ, ପରମେଶ୍ବର ଲୋକମାନଙ୍କୁ ମୃତ୍ଯୁରୁ ଉଠାଇ ଆଣି ପାରିବେ। ପ୍ରକୃତ ରେ ଯେତବେେଳେ ସେ ଇସ୍ହାକଙ୍କୁ ମାରିବା ପାଇଁ ଗଲା ବେଳେ ପରମେଶ୍ବର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତବେେଳେ ଅବ୍ରହାମ ଯେପରି ଇସ୍ହାକଙ୍କୁ ମୃତ୍ଯୁରୁ ଫରେି ପାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଈଶ୍ଵର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଏହା ସେ ମନେ କରିଥିଲେ, ଆଉ ସେ ମଧ୍ୟ ତାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱର ଯେ ଇସାହାକଙ୍କୁ ମୃତ୍ୟୁର ସଞ୍ଜୀବିତ କରିବାକୁ ସମର୍ଥ, ଏହି ବିଶ୍ୱାସ ଅବ୍ରାହାମଙ୍କର ମୃତ୍ୟୁରୁ ଫେରି ପାଇଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଅବ୍ରହାମ ବିଶ୍ୱାସ କରିଥିଲେ ଯେ, ପରମେଶ୍ୱର ଲୋକମାନଙ୍କୁ ମୃତ୍ୟୁରୁ ଉଠାଇ ଆଣି ପାରିବେ। ପ୍ରକୃତରେ ଯେତେବେଳେ ସେ ଇସ୍ହାକଙ୍କୁ ମାରିବା ପାଇଁ ଗଲାବେଳେ ପରମେଶ୍ୱର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତେବେଳେ ଅବ୍ରହାମ ଯେପରି ଇସ୍ହାକଙ୍କୁ ମୃତ୍ୟୁରୁ ଫେରି ପାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଈଶ୍ବର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଆକ୍ଷରିକ ଭାବେ, ସେ ମଧ୍ୟ ତାହାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ।
Odia IRV 2017 (ଓଡିଆ ବାଇବେଲ)
କାରଣ ଈଶ୍ୱର ଯେ ମୃତମାନଙ୍କ ମଧ୍ୟରୁ ସୁଦ୍ଧା ଉତ୍ଥାପନ କରିବାକୁ ସମର୍ଥ, ଆକ୍ଷରିକ ଭାବେ, ସେ ମଧ୍ୟ ତାଙ୍କୁ ଦୃଷ୍ଟାନ୍ତଭାବେ ମୃତ୍ୟୁରୁ ଫେରି ପାଇଲେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಪ್ಲೊ ಲೆಕ್ ಮರ್ಲ್ಯಾರ್ಬಿ ದೆವ್ ತೆಕಾ ಜಿವ್ ಕರುಕ್ ಸಕ್ತಾ ಮನ್ತಲೆ ಅಬ್ರಾಹಾಮಾಕ್ ಗೊತ್ತುಚ್ ಹೊತ್ತೆ, ಇಸಾಕಾಕ್ ಮರ್ನ್ನಾಕ್ನಾ ಝಿತ್ತೊ ಹೊಲ್ಲ್ಯಾ ಸಾರ್ಕೆ ಹೊವ್ನ್ ತೆಕಾ ಪರ್ತುನ್ ಘೆಟಲ್ಯಾ ಸಾರ್ಕೆ ಹೊಲೆ.