Hebrews 2:14 — Compare Translations
7 translations compared side by side
Odia - 1840
"ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ, ସନ୍ତାନମାନେ ରକ୍ତମାଂସର ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ଵାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍, ଶୟତାନକୁ ବିନାଶ କରନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଯେଉଁମାନଙ୍କୁ ସନ୍ତାନ ବୋଲି ସମ୍ବାଧନ କରିଛନ୍ତି, ସେମାନେ ରକ୍ତମାଂସ ଶରୀରବିଶିଷ୍ଟ ମନୁଷ୍ୟ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେମାନଙ୍କ ପରି ମାନବୀୟ ରୂପ ଓ ସ୍ୱଭାବ ଧାରଣ କଲେ। ସେ ଏହା କରିବାର ଉଦ୍ଦେଶ୍ୟ ହେଉଛି, ସେ ଯେପରି ଆପଣାର ମୃତ୍ୟୁ ଦ୍ୱାରା ଶୟତାନକୁ ବିାନଶ କରିବେ, କାରଣ ମୃତ୍ୟୁ ଉପରେ ଶୟତାନର କତ୍ତ୍ୱର୍ତ୍ୱ ଥଲା।
Odia Bible ERV 2004 (ପବିତ୍ର ବାଇବଲ)
ସେହି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସେମାନଙ୍କ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସେହିପରି କରିବା ଦ୍ୱାରା, ଯୀଶୁ ମୃତ୍ୟୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ, ସନ୍ତାନମାନେ ରକ୍ତ-ମାଂସର ସହଭାଗୀ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍, ଶୟତାନକୁ ବିନାଶ କରିପାରନ୍ତି;
Odia IRV 2017 (ଓଡିଆ ବାଇବେଲ)
ଅତଏବ, ସନ୍ତାନମାନେ ରକ୍ତମାଂସର ସହଭାଗୀ ହୋଇଥିବାରୁ ଖ୍ରୀଷ୍ଟ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ୱାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍, ଶୟତାନକୁ ବିନାଶ କରି ପାରନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪೊರಾ ಸ್ವಾಭಾವಿಕ್ ಮಾನ್ಸಾ ಹೊವ್ನ್ ಹಾತ್, ಅನಿ ಜೆಜುನ್ಬಿ ಮಾನ್ಸಾಚ್ಯಾ ವರ್ತಿ ಪದ್ವಿ ಚಾಲುತಲ್ಯಾ ಗಿರ್ಯಾಕ್ ಅಪ್ನಾಚ್ಯಾ ಮರ್ನಾಚ್ಯಾ ವೈನಾ ಹಾರ್ವುನ್ ಟಾಕ್ಲ್ಯಾನ್.