Hebrews 2:8 — Compare Translations
7 translations compared side by side
Odia - 1840
"ଓ ପ୍ରେତ୍ୟକକ ବିଷୟ ତା' ନିୟନ୍ତ୍ରଣ ରେ ରଖିଅଛ। ଗୀତସଂହିତା 8:4-6"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୁମ୍ଭେ ତାହାର ପଦ ତଳେ ସମସ୍ତ ବିଷୟ ଅଧୀନ କରି ରଖିଅଛ ।” ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ଅବଶୀଭୂତ କରି ଛାଡ଼ି ନାହାନ୍ତି । ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁ ନାହୁଁ ସତ,
Odia BSI (ପବିତ୍ର ବାଇବଲ (CL) NT (BSI))
ଏବଂ ସମସ୍ତ ବିଷୟ ଉପରେ କର୍ତ୍ତୃତ୍ୱ ଦେଇଛ।” ଏଠାରେ ଲେଖାଅଛି, ଈଶ୍ୱର ମନୁଷ୍ୟକୁ “ସମସ୍ତ ବିଷୟ ଉପରେ କତ୍ତ୍ୱର୍ତ୍ୱ ଦେଇଛନ୍ତି।” ଏଥିରୁ ସୁସ୍ପଷ୍ଟ ଯେ, ସମସ୍ତ ବିଷୟ ତାହାର ଆଧିପତ୍ୟର ଅନ୍ତର୍ଭୁକ୍ତ। ଅବଶ୍ୟ ଆମେ ଜାଣୁ, ମନୁଷ୍ୟ ବର୍ତ୍ତମାନ ସମସ୍ତ ବିଷୟ ଉପରେ ଅଧିପତ୍ୟ କରୁନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଓ ପ୍ରତ୍ୟେକ ବିଷୟ ତା’ ନିୟନ୍ତ୍ରଣରେ ରଖିଅଛ।” ଯଦି ପରମେଶ୍ୱର ପ୍ରତ୍ୟେକ ବିଷୟକୁ ତା’ର ବଶୀଭୂତ କଲେ, ତାହାହେଲେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାଙ୍କ ନିୟନ୍ତ୍ରଣାଧୀନ ନୁହେଁ। କିନ୍ତୁ ଆମ୍ଭେ ଏବେ ସୁଦ୍ଧା ପ୍ରତ୍ୟେକ ବିଷୟ ଉପରେ ତାହାଙ୍କୁ କର୍ତ୍ତୃତ୍ୱ କରିବା ଦେଖି ପାରୁ ନାହୁଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୁମ୍ଭେ ତାହାର ଅଧୀନ କରି ସମସ୍ତ ବିଷୟ ପାଦ ତଳେ ରଖିଅଛ।” ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ବଶୀଭୂତ ନ କରି ଛାଡ଼ି ନାହାନ୍ତି। ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁ ନାହୁଁ ସତ,
Odia IRV 2017 (ଓଡିଆ ବାଇବେଲ)
ତୁମ୍ଭେ ତାହାର ଅଧୀନ କରି ସମସ୍ତ ବିଷୟ ପଦ ତଳେ ରଖିଅଛ ।'' ପ୍ରକୃତରେ ସେ ସମସ୍ତ ବିଷୟକୁ ତାହାର ବଶୀଭୂତ କରିବାରେ କୌଣସି ବିଷୟକୁ ତାହାର ବଶୀଭୂତ ନ କରି ଛାଡ଼ି ନାହାଁନ୍ତି। ଆମ୍ଭେମାନେ ଏପର୍ଯ୍ୟନ୍ତ ସମସ୍ତ ବିଷୟ ତାହାର ବଶୀଭୂତ ହୋଇଥିବାର ଦେଖୁ ନାହୁଁ ସତ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಸಗ್ಳ್ಯಾ ರಿತಿಚಿ ಸಾಮಾನಾ ತೆಚ್ಯಾ ಅಧಿಕಾರಾಚ್ಯಾ ಖಾಲ್ತಿ ಯೆಯ್ ಸಾರ್ಕೆ ಕರ್ಲೆಯ್ ಮಟ್ಲ್ಯಾರ್, ತೆಚ್ಯಾ ಅಧಿಕಾರಾಕ್ನಾ ಕಾಯ್ಬಿ ಭಾಯ್ರ್ ಹಾನುಕ್ ನಾ ಮನುನ್ ಹೊಲೆ, ಹೊಲ್ಯಾರ್ಬಿ ಸಗ್ಳ್ಯೆಬಿ ತೆಂಚ್ಯಾ ಅದಿಕಾರಾಚ್ಯಾ ಖಾಲ್ತಿ ಹೊತ್ತೆ ಅತ್ತಾ ಅಮ್ಕಾ ದಿಸುನ್ ಯೆಯ್ನಾ.