Hebrews 4:3 — Compare Translations

7 translations compared side by side

Odia - 1840
"ଆମ୍ଭେ ବିଶ୍ବାସୀ ଲୋକମାନେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ବର କହିଅଛନ୍ତି:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ବିଶ୍ଵାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରୁ, ଯେପରି ସେ କହିଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । କିନ୍ତୁ ଜଗତର ପତ୍ତନାବଧି ତ ସମସ୍ତ କର୍ମ ସମାପ୍ତ ହୋଇଥିଲା;
Odia BSI (ପବିତ୍ର ବାଇବଲ (CL) NT (BSI))
କିନ୍ତୁ ଆମ ମଧ୍ୟରୁ ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ହିଁ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଶ୍ରାମ ଲାଭ କରିବେ, କାରଣ ଈଶ୍ୱର କହିଛନ୍ତି, “ମୁଁ କ୍ରୋଧନ୍ୱିତ ହୋଇ ଶପଥ କଲି: ସେମାନେ ମୋର ବିଶ୍ରାମରେ ପ୍ରବେଶ କରିବେ ନାହିଁ।” ଜଗତରେ ସୃଷ୍ଟି ସମୟରୁ ତାଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଈଶ୍ୱର ଏ କଥା କହିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ ବିଶ୍ୱାସୀ ଲୋକମାନେ ବିଶ୍ରାମ ସ୍ଥଳରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ୱର କହିଅଛନ୍ତି: “ମୁଁ କ୍ରୋଧରେ ପ୍ରତିଜ୍ଞା କରି କହିଥିଲି; ସେ ଲୋକମାନେ କେବେ ହେଲେ ମୋର ବିଶ୍ରାମ ସ୍ଥଳରେ ପ୍ରବେଶ କରିବେ ନାହିଁ।” ପରମେଶ୍ୱର ଏହା କହିଲେ। କିନ୍ତୁ ଜଗତ ସୃଷ୍ଟି କରିବା ଦିନଠାରୁ ପରମେଶ୍ୱରଙ୍କ କାମ ସରିଯାଇଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, “ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ‘ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।’” କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା;
Odia IRV 2017 (ଓଡିଆ ବାଇବେଲ)
ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ । କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ಅಮಿ ತ್ಯಾ ಗೊಸ್ಟಿಯಾ ಖರ್ಯ್ಯಾ ಮನುನ್ ಮಾನುನ್ ಘೆಟ್ಲ್ಯಾಂವ್, ತಸೆಮನುನ್ ಅಮಿಚ್ ತ್ಯಾ ಆರಾಮಾಚ್ಯಾ ಜಿವನಾತ್ ಭುತ್ತುರ್ ಗುಸ್ತಾಂವ್; ಕಶ್ಯಾಕ್ ಮಟ್ಲ್ಯಾರ್, ತೆನಿ ಅಶೆ ಸಾಂಗ್ಲ್ಯಾನಾಯ್, “ಅಸೆ ಮಾಜ್ಯಾ ರಾಗಾನ್ ಆನ್ ಘಾಲುನ್ ಮಿಯಾ ಮಟ್ಲೊ ಮಿಯಾ ತೆಂಕಾ ಆರಾಮಾಚೆ ಜಿವನ್ ಕರುಕ್ ಮನುನ್ ತಯಾರ್ ಕರಲ್ಲ್ಯಾ ಅರಾಮಾಚ್ಯಾ ಜಿವನಾತ್ ತೆನಿ ಕದ್ದಿಚ್‍ಬಿ ಭುತ್ತುರ್ ಗುಸಿನ್ಯಾತ್”. ಜಗ್ ರಚುನ್ ಹೊಲ್ಲ್ಯಾ ಮಾನಾ ದೆವಾನ್ ಅಪ್ನಾಚೆ ಕಾಮ್ ಸಾರ್‍ಲ್ಯಾನ್.