Hebrews 4:7 — Compare Translations

7 translations compared side by side

Odia - 1840
"ଏହି ଦିନଟି ବିଷୟ ରେ ପରମେଶ୍ବର ବହୁତ ଦିନ ପରେ ଦାଉଦଙ୍କ ମାଧ୍ଯମ ରେ କହିଛନ୍ତି। ସହେି ଶାସ୍ତ୍ର ରେ ଆମ୍ଭେ ପୂର୍ବରୁ କହିଛୁ:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଗୋଟିଏ ଦିନ, ଅର୍ଥାତ୍, ଆଜି ଦିନ ନିରୂପଣ କରି ଏତେକାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ସେମାନଙ୍କ ପାଇଁ ଈଶ୍ୱର ଅନ୍ୟ ଏକ ଦିନ ନିରୂପଣ କରିଛନ୍ତି ଏବଂ ତାହା ହେଉଛି, “ଆଜି”। ଉପରୋକ୍ତ ସମୟର ବହୁ ବର୍ଷ ପରେ ଈଶ୍ୱର ରାଜା ଦାଉଦଙ୍କ ଦ୍ୱାରା ଏହି ବିଷୟ ଉଲ୍ଲିଖିତ ଶାସ୍ତ୍ର ବାକ୍ୟରେ ପ୍ରକାଶ କରିଥିଲେ: “ଆଜି ଯଦି ତୁମେ ଈଶ୍ୱରଙ୍କ ବଣୀ ଶ୍ରବଣ କର, ତେବେ ହୃଦୟ କଠିନ କର ନାହିଁ।”
Odia Bible ERV 2004 (ପବିତ୍ର ବାଇବଲ)
ଏହି ଦିନଟି ବିଷୟରେ ପରମେଶ୍ୱର ବହୁତ ଦିନ ପରେ ଦାଉଦଙ୍କ ମାଧ୍ୟମରେ କହିଛନ୍ତି। ସେହି ଶାସ୍ତ୍ରରେ ଆମ୍ଭେ ପୂର୍ବରୁ କହିଛୁ: “ଯଦି ତୁମ୍ଭେମାନେ ‘ଆଜି’ ପରମେଶ୍ୱରଙ୍କ ବାଣୀ ଶୁଣିଛ, ତାହାହେଲେ ପୂର୍ବପରି ଆପଣା ହୃଦୟ କଠିନ ନ କର।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଗୋଟିଏ ଦିନ, ଅର୍ଥାତ୍‍, ଆଜି ଦିନ ନିରୂପଣ କରି ଏତେ କାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର।”
Odia IRV 2017 (ଓଡିଆ ବାଇବେଲ)
ଆଉ ଗୋଟିଏ ଦିନ, ଅର୍ଥାତ୍‍, ଆଜି ଦିନ ନିରୂପଣ କରି ଏତେକାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆ ಮನುನ್ ದೆವಾನ್ ಆಜ್ ಮನ್ತಲೊ ಅನಿ ಎಕ್ ದಿಸ್ ನೆಮ್ಸುನ್ ಥವ್ಲ್ಯಾನಾಯ್. ಕವ್ಡ್ಯಾಕಿ ವರ್ಸಾಂಚ್ಯಾ ಮಾನಾ ಹ್ಯಾಚ್ ದಿಸಾಚ್ಯಾ ವಿಶಯಾತ್ ದಾವಿದಾಚ್ಯಾ ತೊಂಡಾತ್ನಾ ಬೊಲುನ್ ಅದ್ದಿಚ್ ಸಾಂಗಲ್ಲ್ಯಾ ಗೊಸ್ಟಿ ಸಾರ್ಕೆಚ್ ದೆವ್ ಮನ್ತಾ, ಆಜ್ ತುಮಿ ತೆಚೊ ಧನ್ ಆಯಿಕ್ತ್ಯಾಶಿ ಹೊಲ್ಯಾರ್, ತುಮ್ಚಿ ಮನಾ ನಿಸ್ಟುರ್ ಕರುನಕಾಶಿ.