Hebrews 7:27 — Compare Translations
7 translations compared side by side
Odia - 1840
"ସେ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସମାନଙ୍କେୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ଵାରା ସେ ଏକାଥରକେ ଏହା କରିଅଛନ୍ତି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଅନ୍ୟାନ୍ୟ ମହାଯାଜକଙ୍କ ସଦୃଶ ନୁହଁନ୍ତି; ସେମାନଙ୍କ ପରି ତାଙ୍କୁ ପ୍ରଥମେ ନିଜ ପାପ ଦିମନ୍ତେ ପ୍ରତିଦିନ ବଳି ଉତ୍ସର୍ଗ କରିବାକୁ ପଢ଼େ ନାହିଁ। ସେ ନିଜକୁ ଉତ୍ସର୍ଗ କରି ଏକାଥରକେ ଏକ ଅନନ୍ୟ ବଳିଦାନ ସାଧନ କରିଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ସେ ଅନ୍ୟ ଯାଜକମାନଙ୍କ ଭଳି ନୁହନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ୟକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସେମାନଙ୍କୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ୱାରା ସେ ଏକାଥରକେ ଏହା କରିଅଛନ୍ତି।
Odia IRV 2017 (ଓଡିଆ ବାଇବେଲ)
ସେହି ମହାଯାଜକମାନଙ୍କ ସଦୃଶ ପ୍ରତିଦିନ ପ୍ରଥମରେ ଆପଣାର ପାପ ପାଇଁ ଓ ପରେ ଲୋକମାନଙ୍କ ପାପ ପାଇଁ ବଳି ଉତ୍ସର୍ଗ କରିବା ତାହାଙ୍କର ଆବଶ୍ୟକ ନୁହେଁ, କାରଣ ଆପଣାକୁ ଉତ୍ସର୍ଗ କରିବା ଦ୍ୱାରା ସେ ଏକାଥରକେ ଏହା କରିଅଛନ୍ତି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಯಾಜಕ್ ಸದ್ದಿಬಿ ಬಲಿ ಭೆಟ್ವುಚೆ ಹೊಲ್ಲೆ ತೆನಿ ಅಪ್ಲ್ಯಾ ಸ್ವತಾಚ್ಯಾ ಪಾಪಾಕ್ನಿ ಬಲಿ ಭೆಟ್ವುನ್ ಮಾನಾ ಲೊಕಾಂಚ್ಯಾ ಪಾಪಾಕ್ನಿ ಬಲಿ ಭೆಟ್ವುಚೆ, ಹೊಲ್ಯಾರ್ ಜೆಜು ತೆಂಚ್ಯಾ ಸಾರ್ಕೊ ನ್ಹಯ್, ತೆನಿ ಅಪ್ನಾಕುಚ್ ಬಲಿ ಕರುನ್ ಕುರ್ಸಾರ್ ಒಪ್ಸುನ್ ದಿವ್ನ್ ಎಕುಚ್ದಾ ಬಲಿ ಕರ್ತಲೆ ಕಾಮಾ ಕರುನ್ ಸಾರ್ಲ್ಯಾನ್.