Hebrews 8:4 — Compare Translations

7 translations compared side by side

Odia - 1840
"ଯଦି ଆମ୍ଭର ମହାୟାଜକ ପୃଥିବୀ ରେ ଏବେ ଜୀବିତ ଥାଆନ୍ତେ, ତା' ହେଲେ ସେ ଯାଜକ ହାଇେ ପାରି ନ ଥାନ୍ତେ। ମାରେ କହିବାର କାରଣ ବ୍ଯବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇ ପାରି ନ ଥାଆନ୍ତେ, କାରଣ ଯେଉଁମାନେ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି;
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଯଦି ଇହଜଗତରେ ଥାଅନ୍ତେ, ତେବେ ସେ ଆଦୌ ଯାଜକ ହୋଇପାରି ନ ଥାନ୍ତି, କାରଣ ଯିହୁଦୀୟ ବ୍ୟବସ୍ଥା ଅନସାରେ ବଳି ଉତ୍ସର୍ଗ କରିବାକୁ ଯାଜକମାନେ ଅଛନ୍ତି।।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ଆମ୍ଭର ମହାଯାଜକ ପୃଥିବୀରେ ଏବେ ଜୀବିତ ଥାଆନ୍ତେ, ତା’ହେଲେ ସେ ଯାଜକ ହୋଇ ପାରି ନ ଥା’ନ୍ତେ। ମୋର କହିବାର କାରଣ ବ୍ୟବସ୍ଥା ଅନୁସାରେ ବଳି ଉତ୍ସର୍ଗ କରୁଥିବା ଯାଜକମାନେ ଅଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯୀଶୁ ଖ୍ରୀଷ୍ଟ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇପାରି ନ ଥାଆନ୍ତେ, କାରଣ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି;
Odia IRV 2017 (ଓଡିଆ ବାଇବେଲ)
ଯୀଶୁ ଖ୍ରୀଷ୍ଟ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇ ପାରି ନ ଥାଆନ୍ତେ, କାରଣ ଯେଉଁମାନେ ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ಹ್ಯಾ ಜಗಾತ್ ಜಿಮ್ನಿರ್ ಹೊತ್ತೊ ಹೊಲ್ಯಾರ್, ಅಜುನ್ ಪತರ್ ಯಾಜಕ್ ಹೊವ್ನ್ ರ್‍ಹಾಯ್ನಶಿ ಹೊತ್ತೊ, ಕಶ್ಯಾಕ್ ಮಟ್ಲ್ಯಾರ್, ಮೊಯ್ಜೆಚ್ಯಾ ಖಾಯ್ದ್ಯಾಚ್ಯಾ ಸಾಂಗ್ನಿ ಸಾರ್ಕೆ ದೆವಾಕ್ ಕಾನಿಕ್ ದಿತಲಿ ಯಾಜಕ್ ಲೊಕಾ ಅತ್ತಾಹಾಲಿ ಹಾತ್.