Isaiah 10:14 — Compare Translations

5 translations compared side by side

Odia - 1840
"ଗୋଟିଏ ବ୍ଯକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସମାନଙ୍କେର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳ ରେ ଅପହରଣ କରିଛି। ଅନକେ ସମୟରେ ପକ୍ଷୀ ତା'ର ବସା ଓ ଅଣ୍ଡାକୁ ଛାଡ଼ି ୟାଇଥାଏ ଓ ତା'ର ସୁରକ୍ଷା ପାଇଁ କିଛି ବ୍ଯବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାୟ୍ଯ ରେ ଲଢ଼ିବାକୁ ସଠାେ ରେ ନ ଥାନ୍ତି। ତେଣୁ ଲୋକେ ଅଣ୍ଡା ନଇେ ୟାଆନ୍ତି। ତେଣୁ ମୁଁ ସହେିପରି ସମାନଙ୍କେର ଧନସମ୍ପଦ ଲୁଣ୍ଠନ କଲା ବେଳେ କହେି ମାେତେ ବାଧା ଦବେେ ନାହିଁ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ଵ ସଂଗ୍ରହ କରେ, ସେପରି ମୁଁ ସମୁଦାୟ ପୃଥିବୀକି ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଚଞ୍ଚୁ ଫିଟାଇବାକୁ ଅବା ଚିଁ ଚିଁ ଶଦ୍ଦ କରିବାକୁ କେହି ନ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଗୋଟିଏ ବ୍ୟକ୍ତି ପକ୍ଷୀର ବସାରୁ ଅଣ୍ଡା ଅପହରଣ କଲାପରି ମୁଁ ସେମାନଙ୍କର ଧନ ସମ୍ପଦ ନିଜ ହସ୍ତର ଶକ୍ତିବଳରେ ଅପହରଣ କରିଛି। ଅନେକ ସମୟରେ ପକ୍ଷୀ ତା’ର ବସା ଓ ଅଣ୍ଡାକୁ ଛାଡ଼ି ଯାଇଥାଏ ଓ ତା’ର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା କରି ନ ଥାଏ। କୌଣସି ପକ୍ଷୀ ଶବ୍ଦ କରିବାକୁ କିମ୍ବା ପକ୍ଷ ଓ ଥଣ୍ଟ ସାହାଯ୍ୟରେ ଲଢ଼ିବାକୁ ସେଠାରେ ନ ଥା’ନ୍ତି। ତେଣୁ ଲୋକେ ଅଣ୍ଡା ନେଇ ଯାଆନ୍ତି। ତେଣୁ ମୁଁ ସେହିପରି ସେମାନଙ୍କର ଧନସମ୍ପଦ ଲୁଣ୍ଠନ କଲାବେଳେ କେହି ମୋତେ ବାଧା ଦେବେ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ବ ସଂଗ୍ରହ କରେ, ସେହିପରି ମୁଁ ସମୁଦାୟ ପୃଥିବୀକୁ ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଥଣ୍ଟ ଫିଟାଇବାକୁ ଅବା ଚିଁ ଚିଁ ଶବ୍ଦ କରିବାକୁ କେହି ନ ଥିଲା।”
Odia IRV 2017 (ଓଡିଆ ବାଇବେଲ)
ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ବ ସଂଗ୍ରହ କରେ, ସେହିପରି ମୁଁ ସମୁଦାୟ ପୃଥିବୀକୁ ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଥଣ୍ଟ ଫିଟାଇବାକୁ ଅବା ଚିଁ ଚିଁ ଶବ୍ଦ କରିବାକୁ କେହି ନ ଥିଲା।