Isaiah 30:6 — Compare Translations

5 translations compared side by side

Odia - 1840
"ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦକ୍ଷିଣର ପଶୁଗଣ ବିଷୟକ ଭାରୋକ୍ତି । ଯେଉଁ ସ୍ଥାନରୁ ଯୁବା ଓ ବୃଦ୍ଧ ସିଂହ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପ ଆସନ୍ତି, ଏପରି ସଙ୍କଟ ଓ ଯନ୍ତ୍ରଣାମୟ ଦେଶ ଦେଇ ଯେଉଁମାନଙ୍କ ଦ୍ଵାରା ସେମାନଙ୍କର ଉପକାର ନୋହିବ, ଏପରି ଏକ ଗୋଷ୍ଠୀ ନିକଟକୁ, ସେମାନେ ଯୁବା ଗର୍ଦ୍ଦଭଗଣର ସ୍କନ୍ଧରେ ଆପଣାମାନଙ୍କର ଧନ ଓ ଉଷ୍ଟ୍ରଗଣର କୁବ୍ଜ ଉପରେ ଆପଣାମାନଙ୍କର ସମ୍ପତ୍ତି ବହି ନିଅନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ଯିହୁଦା ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା: ଯିହୁଦାର ଦକ୍ଷିଣ ପ୍ରାନ୍ତ ଅତି ଭୟଙ୍କର ସ୍ଥାନ। ସେ ସ୍ଥାନ ସିଂହ, ସିଂହୀ, କାଳସର୍ପ ଓ ଉ‌ଡ୍‌ଡୀୟମାନ ଅଗ୍ନିମୟ ସର୍ପରେ ପରିପୂର୍ଣ୍ଣ। ସେହି ସଙ୍କଟମୟ ଓ ଯନ୍ତ୍ରଣାମୟ ଗୋଷ୍ଠୀ ଉପକାର କରିବ ନାହିଁ। ମାତ୍ର ଏପରି ଏକ ଗୋଷ୍ଠୀ ନିକଟକୁ ସେମାନେ ଯୁବା ଗର୍ଦ୍ଦଭଗଣଙ୍କ ସ୍କନ୍ଧରେ ନିଜ ନିଜର ଧନ ଓ ଓଟମାନଙ୍କ ପିଠି ଉପରେ ନିଜ ନିଜର ସମ୍ପତ୍ତି ବହନ କରି ନିଅନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦକ୍ଷିଣର ପଶୁଗଣ ବିଷୟକ ଭବିଷ୍ୟତବାଣୀ। ଯେଉଁ ସ୍ଥାନରୁ ଯୁବା ଓ ବୃଦ୍ଧ ସିଂହ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପ ଆସନ୍ତି, ଏପରି ସଙ୍କଟ ଓ ଯନ୍ତ୍ରଣାମୟ ଦେଶ ଦେଇ ଯେଉଁମାନଙ୍କ ଦ୍ୱାରା ସେମାନଙ୍କର ଉପକାର ହେବ ନାହିଁ, ଏପରି ଏକ ଗୋଷ୍ଠୀ ନିକଟକୁ, ସେମାନେ ଯୁବା ଗର୍ଦ୍ଦଭଗଣର ସ୍କନ୍ଧରେ ଆପଣାମାନଙ୍କର ଧନ ଓ ଉଷ୍ଟ୍ରଗଣର କୁବ୍‍ଜା ଉପରେ ଆପଣାମାନଙ୍କର ସମ୍ପତ୍ତି ବହି ନିଅନ୍ତି।
Odia IRV 2017 (ଓଡିଆ ବାଇବେଲ)
ଦକ୍ଷିଣର ପଶୁଗଣ ବିଷୟକ ଭବିଷ୍ୟତ ବାଣୀ। ଯେଉଁ ସ୍ଥାନରୁ ଯୁବା ଓ ବୃଦ୍ଧ ସିଂହ, କାଳସର୍ପ ଓ ଉଡ୍‍ଡୀୟମାନ ଅଗ୍ନିମୟ ସର୍ପ ଆସନ୍ତି, ଏପରି ସଙ୍କଟ ଓ ଯନ୍ତ୍ରଣାମୟ ଦେଶ ଦେଇ ଯେଉଁମାନଙ୍କ ଦ୍ୱାରା ସେମାନଙ୍କର ଉପକାର ହେବ ନାହିଁ, ଏପରି ଏକ ଗୋଷ୍ଠୀ ନିକଟକୁ, ସେମାନେ ଯୁବା ଗର୍ଦ୍ଦଭଗଣର ସ୍କନ୍ଧରେ ଆପଣାମାନଙ୍କର ଧନ ଓ ଉଷ୍ଟ୍ରଗଣର କୁବ୍‍ଜା ଉପରେ ଆପଣାମାନଙ୍କର ସମ୍ପତ୍ତି ବହି ନିଅନ୍ତି।