Isaiah 44:26 — Compare Translations
5 translations compared side by side
Odia - 1840
"ଆମ୍ଲଭ ଆମ୍ଭ ଦାସର ବାକ୍ଯ ତୁଚ୍ଛ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ଯ ଉତ୍ତମସବାଲି ଆମ୍ଲଭସଦଖାଇ ଦଲଉ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆମ୍ଭେ ଆପଣା ଦାସର ବାକ୍ୟ ଦୃଢ଼ କରୁ ଓ ଆପଣା ଦୂତଗଣର ମନ୍ତ୍ରଣା ସିଦ୍ଧ କରୁନ୍ତ ଆମ୍ଭେ ଯିରୂଶାଲମ ବିଷୟରେ କହୁ, ତାହା ବସତିବିଶିଷ୍ଟ ହେବ ଓ ଯିହୁଦାର ନଗରମାନଙ୍କ ବିଷୟରେ କହୁ, ସେସବୁ ପୁନର୍ନିର୍ମିତ ହେବ, ପୁଣି ଆମ୍ଭେ ତହିଁର ଉଜାଡ଼ ସ୍ଥାନସବୁ ପୁନର୍ବାର ପତ୍ତନ କରିବା;
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭେ ଆମ୍ଭ ଦାସର ବାକ୍ୟ ଦୃଢ଼ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ୟ ଉତ୍ତମ ବୋଲି ଆମ୍ଭେ ଦେଖାଇ ଦେଉ। ଯିହୁଦା ପୁନଃନିର୍ମାଣ କରିବାକୁ ପରମେଶ୍ୱର କୋରସକୁ ମନୋନୀତ କଲେ ସଦାପ୍ରଭୁ ଯିରୁଶାଲମ ବିଷୟରେ କୁହନ୍ତି, “ତାହା ପୁଣି ବସତି ବିଶିଷ୍ଟ ହେବ ଓ ଯିହୁଦାର ନଗର ବିଷୟରେ ସେ କୁହନ୍ତି, ସେ ସବୁ ପୁନଃନିର୍ମିତ ହେବ। ପୁଣି ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ପୁଣି ଗଢ଼ି ଉଠିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆମ୍ଭେ ଆପଣା ଦାସର ବାକ୍ୟ ଦୃଢ଼ କରୁ ଓ ଆପଣା ଦୂତଗଣର ମନ୍ତ୍ରଣା ସିଦ୍ଧ କରୁ; ଆମ୍ଭେ ଯିରୂଶାଲମ ବିଷୟରେ କହୁ, ତାହା ବସତିବିଶିଷ୍ଟ ହେବ ଓ ଯିହୁଦାର ନଗରମାନଙ୍କ ବିଷୟରେ କହୁ, ‘ସେହି ସବୁ ପୁନଃନିର୍ମିତ ହେବ,’ ‘ପୁଣି ଆମ୍ଭେ ତହିଁର ଉଜାଡ଼ ସ୍ଥାନସବୁ ପୁନର୍ବାର ପତ୍ତନ କରିବା;’
Odia IRV 2017 (ଓଡିଆ ବାଇବେଲ)
ଆମ୍ଭେ ଆପଣା ଦାସର ବାକ୍ୟ ଦୃଢ଼ କରୁ ଓ ଆପଣା ଦୂତଗଣର ମନ୍ତ୍ରଣା ସିଦ୍ଧ କରୁ; ଆମ୍ଭେ ଯିରୂଶାଲମ ବିଷୟରେ କହୁ, ତାହା ବସତିବିଶିଷ୍ଟ ହେବ ଓ ଯିହୁଦାର ନଗରମାନଙ୍କ ବିଷୟରେ କହୁ, ସେହି ସବୁ ପୁନଃନିର୍ମିତ ହେବ, ପୁଣି ଆମ୍ଭେ ତହିଁର ଉଜାଡ଼ ସ୍ଥାନ ସବୁ ପୁନର୍ବାର ପତ୍ତନ କରିବା;